ଭାରତ-ନ୍ୟୁଜିଲାଣ୍ଡ ୨ୟ ଟେଷ୍ଟ : ପ୍ରଥମ ଦିନରେ ଭାରତ ୨୨୧/୪, ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ

ମୁମ୍ବାଇ ୦୩/୧୨: (ସଂକେତ ଟିଭି) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି । ଏହି ମ୍ୟାଚର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୪ ଓ୍ବିକେଟ୍ ହରାଇ ୨୨୧ ରନ କରିଛି । ଆଜି ଓପନର ମୟଙ୍କ ଅଗ୍ରଓ୍ବାଲ ଶତକ ଅର୍ଜନ କରିଛନ୍ତି।

ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁଭମନ ଗିଲ୍ ଓ ମୟଙ୍କ ଅଗ୍ରଓ୍ବାଲ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୮୦ ରନ ଯୋଗ କରିଥିଲେ । ହେଲେ ଏହା ପରେ ଭାରତର ବ୍ଯାଟିଂ ବିପର୍ଯ୍ଯୟ ହୋଇଥିଲା । ଶୁଭମନ ୪୪ ରନ କରି ଆଉଟ ହେବା ପରେ ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଶୂନ ରନରେ ଆଉଟ୍ ହୋଇଥିଲେ ।

ଏହା ପରେ ମୟଙ୍କ ଅଗ୍ରଓ୍ବାଲ ଶ୍ରେୟସ୍ ଆୟରଙ୍କ ସହିତ ସତର୍କତାର ସହ ବ୍ୟାଟିଂ କରି ଉଭୟେ ୮୦ ରନର ସହଭାଗିତା କରିଥିଲେ । ଆୟର ମାତ୍ର ୧୮ ରନ କରି ଆଉଟ ହୋଇଥିଲେ । ଇତିମଧ୍ଯରେ ମୟଙ୍କ ତାଙ୍କ ଶତକ ପୂରଣ କରିଥିଲେ । ଖେଳ ଶେଷ ବେଳକୁ ସେ ୧୨୦ ରନ କରି ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ୪ଟି ଓ୍ବିକେଟ ନେଇଥିଲେ ।