ସୃଷ୍ଟି ହେଲା ନୂଆ ଇତିହାସ, ବାୟୋଫୁଏଲରେ ଉଡିଲା ବିମାନ

କାଲିଫର୍ଣ୍ଣିଆ, ୦୩/୧୨: (ସଂକେତ ଟିଭି) ଆମେରିକାର ୟୁନାଇଟେଡ୍ ଏୟାରଲାଇନ୍ସ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ, ଏହି ବିମାନ ବାୟୋଫୁଏଲ ବ୍ୟବହାର କରି ସଫଳ ଉଡାଣ କରିଛି । ବିମାନର ଦୁଇଟି ଇଞ୍ଜିନ ମଧ୍ୟରୁ ଗୋଟିଏରେ ବାୟୋଫୁଏଲ ବା ସବୁଜ ଇନ୍ଧନ ବ୍ୟବହାର କରାଯାଇଥିଲା ।

କମ୍ପାନୀ ଟ୍ୱିଇଟ କରି କହିଛି ଯେ ପ୍ରଥମ ଥର ପାଇଁ ଏହି ବିମାନ ବୁଧବାର ଦିନ ଚିକାଗୋର ଓହେୟର ବିମାନ ବନ୍ଦରରୁ ଉଡାଣ କରି ଓ୍ୱାଶିଂଟନରେ ପହଞ୍ଚିଛି । ବିମାନ ଉଡ଼ାଣ ଇତିହାସରେ ଏହା ପ୍ରଥମ ଥର ହୋଇଥିବାବେଳେ ବଡ କଥା ହେଉଛି ଯେ ଏହି ଉଡାଣ ପରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଯାଇଛି ।

ୟୁନାଇଟେଡ଼ ଏୟାରଲାଇନ୍ସର ନୂତନ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟର ଗୋଟିଏ ଇଞ୍ଜିନ୍ ୫୦୦ ଗ୍ୟାଲନ୍ ଜୈବ ଇନ୍ଧନରେ ଭରାଯାଇଥିବାବେଳେ ଅନ୍ୟ ଇଞ୍ଜିନରେ ୫୦୦ ଗ୍ୟାଲନ୍ ପାରମ୍ପରିକ ଜେଟ୍ ଇନ୍ଧନ ରଖାଯାଇଥିଲା । ୟୁନାଇଟେଡ୍ ସିଇଓ ସ୍କଟ୍ ର୍କିବି ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ଜୈବ ଇନ୍ଧନରେ ଉଡ଼ାଣ ଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ ଏବଂ ପରିବେଶରେ ଅଙ୍ଗାରକାମ୍ଳ ବୃଦ୍ଧିରେ ଆମେ ଛୋଟ ସହଯୋଗ କରିବୁ ସେ କହିଛନ୍ତି ।