ଧିରେ ଧିରେ ଦୁର୍ବଳ ହୋଇ ଗତିପଥ ବଦଳାଉଛି ବାତ୍ଯା ଜୱାଦ

ଭୁବନେଶ୍ୱର ୦୪/୧୨: (ସଂକେତ ଟିଭି) ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜଓ୍ବାଦ । ଏହା ଏବେ ଉତ୍ତର ଦିଗକୁ ଗତି କରୁଛି । କିଛି ସମୟ ପରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ । ଆସନ୍ତାକାଲି ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ବେଳେ ଏହା ଗଭୀର ଅବପାତ ରୂପ ନେବ। ଏହି ସମୟରେ ବର୍ଷାର ପ୍ରକୋପ ମଧ୍ୟ ଜାରି ରହିବ ବୋଲି ଆଇଏମଡି ଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି ।

ଉପକୂଳକୁ ପହଞ୍ଚିବା ସମୟରେ ପବନର ବେଗ ସର୍ବାଧିକ ୫୦ କିମି ରହିବ । ବର୍ତ୍ତମାନ ଏହି ବାତ୍ଯା ଘଣ୍ଟାକୁ ୪ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ।

ବର୍ତ୍ତମାନ ଏହି ବାତ୍ଯା ଗୋପାଳପୁର ଠାରୁ ୩୪୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପୁରୀ ଠାରୁ ୪୧୦ କିମି ଦୂରରେ ଏବଂ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି । ବାତ୍ୟା ପ୍ରଭାବରେ ବର୍ତ୍ତମାନ ସାରା ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି ।