ନୂଆ ବର୍ଷରୁ ମହଙ୍ଗା ହେବ କାର୍

ନୂଆଦିଲ୍ଲୀ, ୦୫/୧୨: (ସଂକେତ ଟିଭି) ଆପଣ ନୂଆ ବର୍ଷରେ ଏକ କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଏମତି କିଛି ଖବର ରହିଛି ଯାହା ଆପଣଙ୍କୁ ନିରାଶ କରିବାକୁ ଯାଉଛି । ବାସ୍ତବରେ ଜାନୁଆରୀ ୨୦୨୨ଠାରୁ ଅନେକ କମ୍ପାନୀ ସେମାନଙ୍କର କାର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି।

ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ହ୍ୟାଚବ୍ୟାକ୍ କାରର ନିର୍ମାତା ମାରୁତି ଠାରୁ ବିଳାସପୂର୍ଣ୍ଣ କାର ନିର୍ମାତା ମର୍ସିଡିଜ୍ ଏବଂ ଅଡି ପର୍ଯ୍ୟନ୍ତ ସବୁ କମ୍ପାନୀ ଏବେ ମୂଲ୍ୟ ବୃଦ୍ଧି ଲକ୍ଷ୍ୟରେ ରହିଛନ୍ତି । କଞ୍ଚାମାଲ ମୂଲ୍ୟରେ ବୃଦ୍ଧି କମ୍ପାନୀଗୁଡିକୁ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ କରଥିବା କୁହାଯାଉଛି।

ଲକ୍ ଜ୍ୟୁରୀ କାର ନିର୍ମାତା ମର୍ସିଜିଡ୍ ବେଞ୍ଜ୍ କହଛି ଯେ , କମ୍ପାନୀ ଜାନୁୟାରୀ ପହିଲାଠାରୁ କାର ମୂଲ୍ୟ ୨ ପ୍ରତିଶତକୁ ବୃଦ୍ଧି ଘଟାଇବ। କଞ୍ଚାମାଲ ମୂଲ୍ୟରେ ବୃଦ୍ଧି ହେତୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରଛି । ଏଥିରେ କୁହାଯାଇଛି ଯେ କଞ୍ଚାମାଲ ଏବଂ କାର୍ଯ୍ୟ ଖର୍ଚ୍ଚ ବହନ କରିବା ପାଇଁ ମୂଲ୍ୟକୁ ପୁନଃର୍ବିଚାର କରିବାର ଆବଶ୍ୟକତା ରହଛି । ତଥାପି କେତେକ ନିର୍ଦ୍ଧିଷ୍ଟ ମଡେଲରେ କମ୍ପାନୀ ମୂଲ୍ୟ ବୃଦ୍ଧି କରିବ ।

ଅପରପକ୍ଷେ ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା ଅଡି ମଧ୍ୟ ଜାନୁଆରୀରୁ ଏହାର କାର ମୂଲ୍ୟରେ ୩ ପ୍ରତିଶତ ମହଙ୍ଗା କରିବାକୁ ଯାଉଛି। ଅଡି କାରଗୁଡିକ଼ ର ମୂଲ୍ୟ ମଧ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ହେତୁ ହେବାକୁ ଯାଉଛି। ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂ ଦିଲୋନ୍ କହଛିନ୍ତି ଯେ , ଆମେ ସବୁବେଳେ ଆମର ଗ୍ରାହକଙ୍କୁ ସର୍ବୋ ତ୍ତମ ଉତ୍ପାଦ ଦେବାକୁ ଚେଷ୍ଟା କରିଥାଉ। କିନ୍ତୁ ମୂଲ୍ୟ ବୃଦ୍ଧିର ପ୍ରଭାବ ଆମକୁ କ୍ରମାଗତ ଭାବରେ ପ୍ରଭାବିତ କରୁଛି। ତେଣୁ ଆମେ ଉପାଦର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ।

ସେହଭଳି ଦେଶର ସବୁଠାରୁ ବଡ଼ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ମଧ୍ୟ ଜାନୁଆରୀ ୨୦୨୨ରୁ ଏହାର କାର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । କଞ୍ଚାମାଲ ମୂଲ୍ୟର ବୃଦ୍ଧିର ପ୍ରଭାବକୁ ଦୂର କରିବା ପାଇଁ କମ୍ପାନୀ ମୂଲ୍ୟ ବୃଦ୍ଧି କରିବାକୁ ଯାଉଥିବା କହିଛି । ବର୍ତ୍ତମାନ ମୂଲ୍ୟ କେତେ ବୃଦ୍ଧି କରିବ ତାହା କମ୍ପାନୀ ତାହା କହିନାହିଁ। ଯାହା ଅନୁମାନ କରାଯାଉଛି କମ୍ପାନୀ ପ୍ରତ୍ୟେକ ଥର ପରି ଭିନ୍ନ ଭିନ୍ନ ମଡେଲ ମୂଲ୍ୟରେ ମଧ୍ୟ ଭିନ୍ନ ଭାବରେ ବୃଦ୍ଧି ଘଟାଇବ।