ଆସୁଛି ପ୍ରଥମ ସ୍ୱଦେଶୀ ଇଲେକ୍ଟ୍ରିକ୍ କ୍ରୁଜର ବାଇକ୍, ଫୁଲ୍ ଚାର୍ଜରେ ଯିବ ୨୫୦କି.ମି.

ନୂଆଦିଲ୍ଲୀ, ୦୫/୧୨: (ସଂକେତ ଟିଭି) ଏବେ ବଜାରରେ ଇ-ଭେଇକିଲର ଚାହିଦା ବଢ଼ିବାରେ ଲାଗଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଇ-ଯାନ ନିର୍ମାଣକାରୀ କମ୍ପାନୀ କୋମାକି ଇଲୋକ୍ଟ୍ରୋନିକ୍ସ ଭେଇକଲି ବଜାରକୁ ପ୍ରଥମ କ୍ରୁଜ ଇ-ମୋଟର ସାଇକେଲ ଛାଡିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ ଏହ କ୍ରୁଜର ବାଇକ୍ ର ନାମ କୋମାକି ରେଞ୍ଜର ରହିଥିବାବେଳେ ଏଥିରେ ୨୫୦ କି.ମି. ପର୍ଯ୍ୟନ୍ତ ରେଞ୍ଜ ମିଳିବ । ଏହି ଆସନ୍ତା ଜାନୁଆରୀରେ ବଜାରକୁ ଆସିବ ବୋଲି ଜଣାପଡିଛି ।

ଆସନ୍ତା ବର୍ଷ ଜାନୁଆରୀରେ କୋମାକି ରେଞ୍ଜର ଆନୁଷ୍ଠାନିକ ଭାବେ ବଜାରକୁ ଆସିପାରେ। ବଜାରକୁ ଆସିବା ପୂର୍ବରୂ କମ୍ପାନୀ ଦାବି କରିଛି ଯେ , ଏଥିରେ ୪ କିଲୋୱାଟ୍ ର ବ୍ୟାଟେରୀ ରହିବ । ଏହାର ବ୍ୟାଟେରୀ ଥରେ ପୁରା ଚାର୍ଜ ହେଲେ ୨୫୦ କି.ମି. ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ କହିଛି । ଏହାଛଡ଼ା ଏହି କ୍ରୁଜର ଇ-ବାଇକରେ କ୍ରୁଜ କଣ୍ଟ୍ରୋଲ, ରିପେୟାର ସୁଇଚ୍, ରିବର୍ସ ସୁଇଚ୍, ବ୍ଲୁଟୁଥ ଓ ଏଣ୍ଡ୍ରୋଏଡ ବ୍ରେକିଙ୍ଗ ସିଷ୍ଟମ ଭଳି ଅତ୍ୟାଧୁନିକି ସୁବିଧା ମିଳିବ ।