ସୁନୀଲ ସେଟ୍ଟିଙ୍କ ପୁଅ ଅହାନ୍ ଙ୍କ ଡେବ୍ଯୁ ଫିଲ୍ମ ତଡପ୍ ର ଜବରଦସ୍ତ ଓପନିଂ

ମୁମ୍ବାଇ,: (ସଂକେତ ଟିଭି) ନବାଗତ ଅଭିନେତା ତଥା ବଲଉିଡ୍ ଅଭନେତା ସୁନୀଲ ସେଟ୍ଟି ଙ୍କ ପୁଅ ଅହାନ୍ ସେଟ୍ଟି ଇତିମଧ୍ୟରେ ବଲିଉଡ୍ ରେ ଏଣ୍ଟ୍ରି କରିଛନ୍ତି । ଅହାନ୍ ‘ତଡପ୍ ’ ଫିଲ୍ମ ମାଧ୍ୟମରେ ବଲିଉଡ୍ ରେ ତାଙ୍କ କ୍ୟାରିୟର ଆରମ୍ଭ କରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୩ ତାରିଖରେ ବକ୍ସ ଅଫିସ୍ ରେ ରିଲିଜ୍ ହୋଇଛି ।

ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଗୀତ ଓ ଟ୍ରେଲର୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଅହାନ୍ ଓ ତାରା ସୂତାରିୟାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସ୍ ରେ ଜବରଦସ୍ତ ଓପନିଂ କରିଛି । ପ୍ରଥମ ଦିନରେ ହିଁ ଏହା ୪.୫ କୋଟି ଆୟ କରିଛି । ଏହାପୂର୍ବରୁ ଦିବ୍ୟା ଖୋସ୍ଲା ଓ ଜନ୍ ଆବ୍ରାହମ୍ ଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ- ୨’ ପ୍ରଥମ ଦିନରେ ୩.୬ କୋଟି ଟଙ୍କା ଆୟ କରିଥିଲା।

ସେହିଭଳି ସଲମାନ୍ ଖାନ୍ ଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ ’ପ୍ରଥମ ଦିନରେ ୫ କୋଟି ଆୟ କରିଥିଲା। ନବାଗତଙ୍କୁ ନେଇ ହୋଇଥିବା ଫିଲ୍ମ ‘ତଡପ୍ ’ଏହା ତୁଳନାରେ ଭଲ ଆୟ କରଛି ବୋଲି କୁହାଯାଇ ପାରିବ । ‘ତଡପ୍’ଦକ୍ଷିଣ ର ସୁପରହିଟ୍ ଫିଲ୍ମ ‘ଆର୍ ଏକ୍ସ ୧୦୦’ର ହିନ୍ଦୀ ରିମେକ୍। ମଲିନ ଲୁଥରିୟା ଏହାର ନିର୍ଦ୍ଦେଶନା ଦେଇଛନ୍ତି ।