ହାର୍ଲି ଡେଭିଡସନ୍ ସ୍ପୋର୍ଟ୍ସଷ୍ଟର-ଏସ୍ ବାଇକ୍ ର ଶୁଭାରମ୍ଭ, ମୂଲ୍ୟ ୧୫ ଲକ୍ଷ ୫୧ ହଜାର ଟଙ୍କା

ନୂଆଦିଲ୍ଲୀ, ୦୬/୧୨: (ସଂକେତ ଟିଭି) ଭାରତରେ ହାର୍ଲି ଡେଭିଡସନ୍ ର ନୂଆ ସ୍ପୋର୍ଟଷ୍ଟର ଏସ୍ ବାଇକ୍ ଶୁଭାରମ୍ଭ କରିଛି । ଏହାର ଏକ୍ସ ସୋରୁମ ମୂଲ୍ୟ ୧୫ ଲକ୍ଷ ୫୧ ହଜାର ଟଙ୍କା ରହିଛି । ଆମେରିକାର ଏହି ମୋଟରସାଇକଲ୍ କମ୍ପାନୀ ପକ୍ଷରୁ ନିର୍ମିତ ସ୍ପୋର୍ଟଷ୍ଟର ଏସ୍ ରେ ୧୨୫୦ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଲାଗିଛି । ଏଥିରେ ଚାରିଟି ରାଇଡିଂ ମୋଡ୍ ରହିଛି । ସେଗୁଡ଼ିକ ହେଲା ରୋଡ୍, ସ୍ପୋର୍ଟ, ରେନ୍ ଏବଂ କଷ୍ଟମ ।

୬-ସ୍ପିଡ୍ ଗିୟରବକ୍ସ ଏବଂ ସ୍ଲିର କ୍ଲଚରେ ଆସିଥିବା ଏହି ବାଇକ୍ ରେ ୪ ଇଞ୍ଚ ବ୍ୟାସର ଟିଏଫଟି ସ୍କ୍ରିନ ରହିଛି । ଫଳରେ ବାଇକର ବିଭିନ୍ନ ପ୍ରକାର ସୂଚନା ଚାଳକ ଏଠାରେ ପାଇପାରିବେ । ୩ଟି ଆକର୍ଷଣୀୟ ରଙ୍ଗ ଯଥା ଭିଭିଡ ବ୍ଲାକ, ଷ୍ଟୋନ ୱାସ୍ଡ ହ୍ୱାଇଟ୍ ପର୍ଲ ଏବଂ ମିଡନାଇଟ୍ କ୍ରିମସନରେ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି ।