ଭିଜିଲାନ୍ସ ଜାଲରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ଗଜପତି ୦୭।୧୨: (ସଂକେତ ଟିଭି) ଭିଜିଲାନ୍ସ ପକ୍ଷରୁ ଗଜପତି ଜିଲ୍ଲା ନୁଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଚଢାଉ ହୋଇଛି । ଏକାସାଙ୍ଗେ ତାଙ୍କ ଅଫିସ୍ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ସୂଚନା ଅନୁଯାୟୀ, ଗଣେଶ ପ୍ରଧାନଙ୍କ ପାରଳାଖେମୁଣ୍ଡି ଗାନ୍ଧୀନଗର, ହରିଶ୍ଚନ୍ଦ୍ରପୁରର ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୁଆଗଡ ସରକାରୀ କାର୍ଯ୍ୟାଳୟରେ ଆଜି ସକାଳେ ଏକସଙ୍ଗେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ଉକ୍ତ ସରକାରୀ କର୍ମଚାରୀ ଜମି ବ୍ୟବସାୟ ସହ ସମ୍ପୃକ୍ତ ଥିବାର ଅଭିଯୋଗ ରହିଥିଲା ଏବଂ ତିନୋଟି ଭିଜିଲାନ୍ସ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ ଜାରି କରିଛନ୍ତି।