ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ ୦୭/୧୨ : (ସଂକେତ ଟିଭି) ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି । ଟେଷ୍ଟ ସିରିଜ ପାଇଁ ଘୋଷିତ ୨୧ ଜଣିଆ ଟିମର ଅଧିନାୟକ ଡିନ୍‌ ଏଲଗାରଙ୍କୁ ଦଳ ଅଧିନାୟକ ଥିବା ବେ​ଳେ ଉପଅଧିନାୟକ ଭାର ସମ୍ଭାଳିବେ ଟେମ୍ବା ବାବୁମା । ଦଳରେ ସିସାଣ୍ଡା ମଗାଲ ଏବଂ ରିୟାନ ରିକେଲ୍ଟନ୍‌ଙ୍କୁ ନୂଆକରି ସ୍ଥାନ ମିଳିଛି । ଏହା ସହିତ ଦଳରେ ଡୁଏନ୍‌ ଓଲିଓ୍ବିୟରଙ୍କୁ ମଧ୍ୟ ସ୍ଥାନ ମିଳିଛି । ଯିଏକି ଶେଷ ଟେଷ୍ଟ ମ୍ୟାଚ ୨୦୧୯ରେ ଖେଳିଥିଲେ ।

ଘୋଷଣା ହୋଇଥିବା ଦଳ : ଡିନ୍‌ ଏଲଗାର (ଅଧିନାୟକ), ଟେମ୍ବା ବାବୁମା, କ୍ୱିଣ୍ଟନ୍ ଡି କକ୍, କାଗିସୋ ରାବାଡା, ସରେଲ୍ ଏର୍ବୀ, ବ୍ୟୁରେନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡି, ଆଡେନ ମାର୍କ୍ରାମ, ଭିୟାନ ମଲ୍ଡର, ଏନରିଚ୍ ନର୍ଟେ, କିଗାନ ପିଟରସନ, ରୈସୀ ଭାନ ଡର ଡସେନ, କାଇଲ ଭରେନେ, ମାର୍କୋ ଜନସନ୍, ପ୍ରେନେଲିନ୍ ସୁବ୍ରାୟନ୍, ସିସାଣ୍ଡା ମଗାଲା, ରିୟାନ୍ ରିକେଲଟନ୍, ଡୁଏନ୍ ଅଲିଭିଆର୍

ଏହି ଟେଷ୍ଟ ସିରିଜ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଥିଲା । ମାତ୍ର ସେଠାରେ ଓମିକ୍ରନ୍‌ କରୋନା ଭ୍ୟାରିଆଣ୍ଟ କାରଣରୁ ୧୭ ବଦଳରେ ଡିସେମ୍ବର ୨୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପ୍ରଥମ ଟେଷ୍ଟ ମ୍ୟାଚ ଡିସେମ୍ବର ୨୬ ରୁ ୩୦ ତାରିଖ ମଧ୍ୟରେ ସେଞ୍ଚୁରିୟାନରେ ଖେଳାଯିବ ଏବଂ ଦ୍ବିତୀୟ ମ୍ୟାଚ ଜାନୁୟାରୀ ୩ ରୁ ୭ ତାରିଖ ମଧ୍ୟରେ ଜୋହାନ୍ସବର୍ଗରେ ଖେଳାଯିବ । ଭାରତୀୟ ଦଳ ଡିସେମ୍ବର ୧୬ ତାରିଖରେ ଦକ୍ଷିଣ ଆଫ୍ରିକା ଗସ୍ତ କରିପାରେ । ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ଖେଳାଯିବାକୁ ଥିବାବେଳେ କୋଭିଡ୍‌ କାରଣରୁ ଟି-୨୦ ସିରିଜ୍‌କୁ ବାଦ୍ ଦିଆଯାଇଛି ।