ଯୋଗୀ ଆଦିତ୍ଯନାଥଙ୍କ ନିଷ୍ପତ୍ତି: କାଶୀ ବିଶ୍ୱନାଥ ମନ୍ଦିରରେ ବସିବ କ୍ୟାବିନେଟ୍ ବୈଠକ

ଲକ୍ଷ୍ମୌ, ୦୭/୧୨: (ସଂକେତ ଟିଭି) ଉତ୍ତର ପ୍ରଦେଶ ଇତିହାସରେ ଯାହା କେବେ ହୋଇ ନଥିଲା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ କାଳରେ ତାହା ହେବାକୁ ଯାଉଛି । ୟୁପି କାହିଁକି ଦେଶର ଇତିହାସରେ ପ୍ରଥମଥର ପାଇଁ କୌଣସି ସରକାର ଏକ ମନ୍ଦିରରେ କ୍ୟାବିନେଟ ବୈଠକ କରିବାକୁ ଯାଉଛନ୍ତି । ଡିସେମ୍ବର ୧୬ ତାରିଖ ସକାଳେ ୟୁପି ବିଧାନସଭାର କ୍ୟାବିନେଟ୍ ବୈଠକ କାଶୀ ବିଶ୍ୱନାଥ ମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌଯ୍ୟ ଓ ଦିନେଶ ଶର୍ମା ସମେତ ଅନ୍ୟମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ରହିବେ । ଆଗାମୀ ବିଧାନସଭା ନିର୍ବାଚନରେ ପୁଣିଥରେ ବିଜେପିକୁ କ୍ଷମତାରେ ରଖିବାକୁ ଏହାକୁ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି । ଏହା ମାଧ୍ୟମରେ ବିଜେପି ରାଜ୍ୟବାସୀଙ୍କୁ ସନ୍ଦେଶ ଦେବାକୁ ଚାହୁଁଛିକି ଲକ୍ଷ୍ନୌ ପରେ ବାରଣାସୀ ହେଉଛି ରାଜ୍ୟର ଦ୍ୱିତୀୟ ରାଜଧାନୀ ।

କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନର ପରିକଳ୍ପନା କାଶୀ ବିଶ୍ୱନାଥ ଧାମ କରିଡରର ଶୁଭାରମ୍ଭ ହେବାକୁ ଯାଇଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନକୁ ଏକ ସ୍ବତନ୍ତ୍ର ଦିନ ଭାବେ ପରିଗଣିତ କରିବାକୁ ଯୋଗୀ ସରକାରଙ୍କ ସହ ବିଜେପି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଗୀ ସରକାର କାଶୀ ବିଶ୍ୱନାଥ ଧାମରେ ବୈଠକ କରି ଏକ ନୂଆ ଇତିହାସ ରଚିବାକୁ ଯାଉଛି ।