Latest

ଡିବିରି ବତୀ ଠିପି ଢୋକି ଚାଲିଗଲା ଦେଢ ବର୍ଷର ଶିଶୁ ପୁତ୍ରର ଜୀବନ

ସୋର ୧୪/୧୨: (ସଂକେତ ଟିଭି) ଡିବିରି ବତୀ ଠିପି ଢୋକି ଦେବାରୁ ଚାଲିଗଲା ଦେଢ ବର୍ଷର ଶିଶୁ ପୁତ୍ରର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ତେନ୍ତୁଳିଗଛି ଗ୍ରାମରେ ।

ସୂଚନା ଅନୁସାରେ, ସୋର ବ୍ଲକ ତେନ୍ତୁଳିଗଛ ଗାଁର ଗୁରା ପୁଥାଳଙ୍କ ଦେଢ ବର୍ଷର ପୁଅ ଘରେ ଖେଳୁଥିବା ସମୟରେ ଘରେ ରଖାଯାଇଥିବା ଡିବିରି ବତୀ ଖୋଲି ଠିପି ଢୋକି ଦେଇଥିଲେ । ପରିବାର ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।