ଆସିବ କରୋନାର ତୃତୀୟ ଲହର, ଫେବୃଆରୀରେ ଶିଖର ଛୁଇଁପାରେ ଓମିକ୍ରନ ସଂକ୍ରମଣ
ନୂଆଦିଲ୍ଲୀ ୧୮/୧୨: (ସଂକେତ ଟିଭି) ଭାରତରେ ଦୈନିକ ଓମିକ୍ରନ ସଂକ୍ରମଣ ଆସନ୍ତା ବର୍ଷ ପ୍ରାରମ୍ଭ ତଥା ଫେବୃଆରୀରେ ଶୀର୍ଷ ଛୁଇଁପାରେ ବୋଲି ଜାତୀୟ କୋଭିଡ ସୁପର ମଡେଲ କମିଟି ଅନୁମାନ କରିଛି । ହେଲେ ଏହା ଦ୍ବିତୀୟ ଲହର ଠାରୁ ଭୟାବହ ହେବ ନାହିଁ ବୋଲି ମଧ୍ୟ ପ୍ୟାନେଲ ସ୍ପଷ୍ଟ କରିଛି ।
ଦେଶରେ ପ୍ରତିଦିନ ୮ ହଜାରରୁ କମ କରୋନାର ନୂତନ କେସ୍ ଚିହ୍ନଟ ହେଉଛନ୍ତି। ମାତ୍ର ଶୀଘ୍ର ଏଥିରେ ବୃଦ୍ଧି ଘଟିପାରେ। ଡେଲଟା ଭାରିଏଣ୍ଟର ଜାଗା ଯେବେ ଓମିକ୍ରନ ନେବ ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ।
ସୁପର ମଡେଲ କମିଟି ର ମୁଖ୍ୟ ପ୍ରଫେସର ବିଦ୍ୟାସାଗର କହିଛନ୍ତି, ଭାରତରେ ଓମିକ୍ରନର ତୃତୀୟ ଲହର ଦେଖାଯିବ କିନ୍ତୁ ,ଦ୍ବିତୀୟ ଲହର ଅପେକ୍ଷା ଏହା ସାମାନ୍ୟ ରହିବ । ଦେଶରେ ଜାରି ରହିଥିବା ଟୀକାକରଣ ଡ୍ରାଇଭ ଦ୍ବାରା ଜନସଂଖ୍ୟାର ଏକ ବଡ ଅଂଶ ଏବେ ଟିକା ଗ୍ରହଣ କରିସାରିଛନ୍ତି । ଫଳରେ ପୂର୍ବାପେକ୍ଷା ସାଧାରଣ ଭାବେ ଆଣ୍ଟିବଡି ବିକଶିତ ହୋଇଛି । ତେବେ ଏପରି ସମୟରେ ଯଦି ତୃତୀୟ ଲହର ଆସେ, ତେବେ ଏହା ଦ୍ବିତୀୟ ଲହର ପରି ଭୟାବହ ହେବ ନାହିଁ ।
ସେ କହିଛନ୍ତି, ଯେ ଦ୍ବିତୀୟ ଲହର ସମୟରେ ଦେଶରେ ଦେଖାଯାଇଥିବା ଦୈନିକ ସଂକ୍ରମଣ ଠାରୁ ୩ୟ ଲହରର ଦୈନିକ ସଂକ୍ରମଣ ସଂଖ୍ୟା ଅଧିକ ରହିବା ସମ୍ଭବ ନୁହେଁ । ଟୀକାକରଣ ଅଭିଯାନର ପ୍ରରମ୍ଭ ସମୟରେ ୨ୟ ଲହର ଆସିଥିବା ଯୋଗୁ ସ୍ଥିତି ସାମାନ୍ୟ ଅଣାୟତ ହୋଇପଡିଥିଲା । କିନ୍ତୁ ବର୍ତ୍ତମାନ ପରସ୍ଥିତିରେ ସେପରି ସ୍ଥିତି ହେବ ନାହିଁ ବୋଲି ଆଶ୍ବସ୍ତିକର ସୂଚନା ଦେଇଛି ପ୍ୟାନେଲ ।