FeaturedLatestLifestyle

ଭାରତୀୟଙ୍କ ପସନ୍ଦ ଚିକେନ ବିରିୟାନୀ: ପ୍ରତି ମିନିଟରେ ଅର୍ଡର କରନ୍ତି ୧୧୫ ଜଣ

ନୂଆଦିଲ୍ଲୀ ୨୨।୧୨: (ସଂକେତ ଟିଭି) ଦେଶରେ ମିନିଟ୍‌କୁ ୧୧୫ ଜଣ ବିରିୟାନୀ ଅର୍ଡର ଦେଇଥାନ୍ତି । ସ୍ବିଗିର ଷଷ୍ଠ ବାର୍ଷିକୀ ପରିସଂଖ୍ୟାନ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଦେଶର ଅଧିକାଂଶ ଖାଦ୍ୟ ପ୍ରେମୀ ନିରାମିଷ ବିରିୟାନୀ ଅପେକ୍ଷା ଆମିଷ ବିରିୟାନୀ ପ୍ରତି ଅଧିକ ଆକୃଷ୍ଟ ଥିବା ପରିସଂଖ୍ୟାନ ରିପୋର୍ଟ କହିଛି । ୨୦୨୧ ମସିହାରେ ପ୍ରତି ୧ ମିନିଟରେ ୧୧୫ ଜଣ ବିରିୟାନୀ ଅର୍ଡର କରିଛନ୍ତି । ପରିବା ବିରିୟାନୀ ଅପେକ୍ଷା ଚିକେନ୍‌ ବିରିୟାନୀର ବରାଦ ୪.୩ ଗୁଣ ଅଧିକ ରହିଥିଲା । ଚେନ୍ନାଇ, କୋଲ୍‌କାତା, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ ଚିକେନ୍‌ ବିରିୟାନୀ ଅଧିକ ଅର୍ଡର ହୋଇଥିବା ଜଣାପଡିଛି ।

୪.୨୫ ଲକ୍ଷରୁ ଅଧିକ ନୂଆ ସ୍ବିଗି ବ୍ୟବହାରକାରୀ ସେମାନଙ୍କ ପ୍ରଥମ ଅର୍ଡର୍‌ରେ ଚିକେନ୍‌ ବିରିୟାନୀ ଅର୍ଡର କରିଥିଲେ । ସେହିପରି ଚଳିତ ବର୍ଷ ଜଳଖିଆରେ ଲୋକେ ଅଧିକ ସିଙ୍ଗଡ଼ା ଖାଇଛନ୍ତି । ସିଙ୍ଗଡ଼ା ପାଇଁ ସ୍ବିଗିକୁ ମିଳିଥିଲା ୫ ନିୟୁତ ବରାଦ । ଚିକେନ୍‌ ଠାରୁ ଏହି ବରାଦ ପ୍ରାୟ ୬ ଗୁଣରୁ ଅଧିକ । ତେବେ ସିଙ୍ଗଡା ପଛକୁ ରହିଛି ପାଓଭାଜି ।