ଓଡିଶାରୁ ଆଉ ୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ, ମୋଟ୍ ସଂଖ୍ୟା ୪ରେ ପହଞ୍ଚିଲା

ଭୁବନେଶ୍ବର : ୨୩।୧୨: (ସଂକେତ ଟିଭି) ଆଜି ଓଡିଶାରେ ପୁଣି ୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ୨ ଭଉଣୀ ଏବଂ ଦୁହେଁ ପରିବାର ସହ କିଛି ଦିନ ତଳେ ନାଇଜେରିଆରୁ ଫେରିଥିଲେ । ଜଣଙ୍କର ବୟସ ୧୫ ବର୍ଷ ଓ ଆଉ ଜଣଙ୍କର ୧୧ ବର୍ଷ । ଉଭୟେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ଏହା ସହିତ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସେପଟେ ଦୁଇ ଭଉଣୀଙ୍କ ବାପା, ମାଆ ଓ ଡ୍ରାଇଭରଙ୍କୁ ମଧ୍ୟ ଟେଷ୍ଟ କରାଯାଇଥିଲା । ଏଥିରେ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ସରକାରଙ୍କ ଗାଇଡ଼ଲାଇନ୍‌ ଅନୁଯାୟୀ, ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବା ସହ ଟେଷ୍ଟ କରାଯାଇଥିଲା ।

ସୂଚନା ଅନୁସାରେ, ଏହା ପୂର୍ବରୁ ୨ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨ଜଣ ଚିହ୍ନଟ ହୋଇଛନ୍ତି । ଆଗରୁ ଚିହ୍ନଟ ହୋଇଥିବା ଦୁଇଜଣ ଓମିକ୍ରନ୍ ସଂକ୍ରମିତଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଥିଲା। ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର। ଦୁଇ ଜଣ ପୁରୁଷ। ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧।