ଓମିକ୍ରନ ପରେ ଆସିଲା ଡେଲମିକ୍ରନ୍, ଆମେରିକା ଓ ୟୁରୋପରେ ଆଣିଲା କରୋନା ସୁନାମୀ
ନୂଆଦିଲ୍ଲୀ ୨୪।୧୨: (ସଂକେତ ଟିଭି) ବିଗତ ଦୁଇ ବର୍ଷ ହେବ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି ମହାମାରୀ କରୋନା । ଚୀନର ପ୍ରଥମେ ଚିହ୍ନଟ ହୋଇ ଏବେ ସାରା ବିଶ୍ୱକୁ ନିଜ କବଳକୁ ନେଇ ସାରିଛି କୋଭିଡ- ୧୯ । କରୋନାର ଗୋଟିଏ ଭାରିଆଣ୍ଟ ନଯାଉଣୁ ଆଉ ଏକ ଭାରିଆଣ୍ଟ ଆସିଯାଉଛି ।
ପ୍ରଥମ ଲହରରେ ଉହାନ ଭାରିଆଣ୍ଟ ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଦ୍ୱିତୀୟ ଲହରରେ ମୃତ୍ଯୁର ତାଣ୍ଡବ ରଚିଥିଲା ଡେଲଟା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟ ନଯାଉଣୁ କରୋନାର ଆଉ ଏକ ଭାରିଆଣ୍ଟ “ଓମିକ୍ରନ’ ସାରା ବିଶ୍ୱର ପୁଣି ଥରେ ଆତଙ୍କ ଖେଳାଇଛି ।
ତେବେ ଓମିକ୍ରନ ସଂକ୍ରମଣ ମଧ୍ୟରେ “ଓମିକ୍ରନ ଭାଇ’ ମଧ୍ୟ ଆସିସାରିଲାଣି । ଆମେରିକା ଓ ୟୁରୋପରେ ଦିନକୁ ଦିନ ସ୍ଥିତି ଖରାପ ହେବାର ଲାଗିଛି । କୁହାଯାଉଛି କି ସେଠାରେ “ଡେଲିମକ୍ରମ ପ୍ରବାହ’ ଜାରି ରହିଛି । କିଛି ବିଶେଷଜ୍ଞ କହିବା ଅନୁସାରେ ଆମେରିକା ଓ ୟୁରୋପରେ ଜାରି ରହିଥିବା ଲହର ହେଉଛି ଡେଲମିକ୍ରନ୍ ଲହର ।
ବୈଜ୍ଞାନିକଙ୍କ ଅନୁଯାୟୀ, ଡେଲମିକ୍ରନ୍ ହେଉଛି ଡେଲଟା ଏବଂ ଓମିକ୍ରନ୍ ପ୍ରକାରର ଏକ ହାଇବ୍ରିଡ୍ । ଡେଲଟା ଓ ଓମିକ୍ରନ ମିଶି ନୂଆ ପ୍ରକାରର କରୋନା ଭାଇରସ୍ ତିଆରି ହୋଇଛି ।
ମହାରାଷ୍ଟ୍ର ସରକାରଙ୍କ ଟାସ୍କ ଫୋର୍ସ ସଦସ୍ୟ ଶଶାଙ୍କ ଯୋଶୀ କହିଛନ୍ତି କି ଆମେରିକା ଓ ୟୁରୋପରେ ଡେଲମିକ୍ରନ କାରଣରୁ ସଂକ୍ରମଣ ସୁନାମୀ ଆସିଛି । ସେ ଆହୁରି କହିଛନ୍ତି କି ଏବେ ଦେଖିବାର ବିଷୟ ହେଉଛି ଭାରତରେ ଓମିକ୍ରନ୍ ଫଳରେ କେତେ କେସ୍ ସାମ୍ନାକୁ ଆସିଛି ।
ଯୋଶୀ ଆହୁରି କହିଛନ୍ତି କି ଭାରତରେ ହାଇବ୍ରିଡ ପ୍ରତିରୋଧକ ଶକ୍ତି ଅଛି ଯୋଶୀ କହିଛନ୍ତି ଯେ ମୁମ୍ବାଇ ଏବଂ ଦିଲ୍ଲୀରେ କରାଯାଇଥିବା ସେରୋ ସର୍ଭେରୁ ଜଣାପଡିଛି ଯେ ସର୍ଭେ କରାଯାଇଥିବା ଜନସଂଖ୍ୟାର ୯୦ ପ୍ରତିଶତ ଲୋକଙ୍କୁ କରୋନା ହୋଇଥିଲା ।
ସେ କହିଛନ୍ତି ଯେ ୮୮ ପ୍ରତିଶତ ଭାରତୀୟ ଅତିକମରେ ଗୋଟିଏ ଡୋଜ ଟିକା ନେଇଛନ୍ତି । ଏଭଳି ପରିସ୍ଥିତିରେ ଟୀକାକରଣ ଉପରେ ସରକାର ଏବଂ ବିଶେଷଜ୍ଞଙ୍କ ସମ୍ପୂର୍ଣ୍ଣ ଗୁରୁତ୍ୱ ରହିଛି । ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସାମାଜିକ ଦୂରତା ଅନୁସରଣ କରିବାକୁ କୁହାଯାଉଛି ବୋଲି କହିଛନ୍ତି ଶଶାଙ୍କ ଯୋଶୀ ।
ସେପଟେ ନୂତନ ଷ୍ଟ୍ରେନ୍ ଡେଲମିକ୍ରନ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଭାରତର କୋଭିଡ୍ ପାଇଁ ଜାତୀୟ ଟାସ୍କଫୋର୍ସ କିମ୍ବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ମଧ୍ଯ “ଡେଲମିକ୍ରନ୍” ଶବ୍ଦର ବ୍ୟବହାର କରିନାହାଁନ୍ତି |
ଏହି ସମୟରେ, ଡାକ୍ତରୀ ବିଶେଷଜ୍ଞ ତଥା ମହାରାଷ୍ଟ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଶଶାଙ୍କ ଯୋଶୀ ଗୁରୁବାର ଦିନ ଚେତାବନୀ ଦେଇଛନ୍ତି ଯେ ନୂତନ ପ୍ରଜାତିର କରୋନା ଭାଇରସ୍ ପ୍ରକାର ଓମିକ୍ରନ୍ ବୋଧହୁଏ ମନୁଷ୍ୟକୁ ଦ୍ରୁତତମ ବିସ୍ତାର କରୁଥିବା ସଂକ୍ରାମକ ରୋଗ ଅଟେ।