ରସିକିୟା ସ୍ବାମୀକୁ ଧରି ଉତ୍ତମ ମଧ୍ୟମ ଦେଲେ ଶ୍ବଶୁର ଘର ଗାଁ ଲୋକେ

ସୋର,୨୪/୧୨: (ସଂକେତ ଟିଭି) ରସିକିୟା ସ୍ବାମୀକୁ ଧରି ଉତ୍ତମ ମଧ୍ୟମ ଦେଲେ ଶ୍ବଶୁର ଘର ଗାଁ ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଶରସଙ୍ଖ ଅଞ୍ଚଳରେ ।

ସୁଚନା ଅନୁସାରେ ଖଇରା ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ ଯୁବକ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ଶରସଙ୍ଖ ଅଞ୍ଚଳର ଭଗବାନ କମିଳାଙ୍କ ଝିଅ ସରୋଜିନିଙ୍କୁ ଦ୍ବିତୀୟ ବିବାହ କରିଥିଲେ । ବିବାହର କିଛି ମାସ ପରେ ସରୋଜିନିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଘରୁ ତଡି ଦେଇଥିଲେ । ୨ମାସ ହେବ ଭାସ୍କର ତୃତୀୟ ବିବାହ କରିଥିବା ବେଳେ ଆଜି ହଠାତ୍ ସରଶଙ୍ଖ ଆସି ଦ୍ବିତୀୟ ସ୍ତ୍ରୀ ସରୋଜିନୀଙ୍କ ଫୋନ କରି ଦେଖା କରିବାକୁ କହିଥିଲେ । ସରୋଜିନୀ ସ୍ବାମୀଙ୍କୁ ଘରକୁ ଆସି ଦେଖା କରିବାକୁ କହିଥିଲେ ।

ଭାସ୍କର ସରୋଜିନୀ ଙ୍କ ବାପ ଘରେ ପହଞ୍ଚିବା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ ବିବାହକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଭାସ୍କର ଉତକ୍ଷିପ୍ତ ହୋଇ ସରୋଜିନୀ ଙ୍କୁ ମାଡ ମାରି ଖସି ପଳାଇ ଯିବା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ତାକୁ ଅଟକାଇ ହାତ ଗୋଡ ବାନ୍ଧି ନିର୍ଧୁମ ମାଡ ମାରିବା ସହିତ ଥାନାକୁ ଖବର ଦେଇଥିଲେ ।