ବୁଷ୍ଟର ଡୋଜ ପରୀକ୍ଷଣ: ଟୀକା ନେଇଥିବା ଲୋକେ ହେବେ ସାମିଲ
ନୂଆଦିଲ୍ଲୀ ୨୫/୧୨: (ସଂକେତ ଟିଭି) ଦେଶରେ ୩ ହଜାର ଲୋକଙ୍କ ଉପରେ ବୋଷ୍ଟର ଡୋଜ ପରୀକ୍ଷଣ କରାଯିବ । ଏହି ପରୀକ୍ଷଣର ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ କି, ସମସ୍ତ ଲୋକଙ୍କୁ ବୋଷ୍ଟର ଡୋଜ ଦିଆଯିବ କି ନାହିଁ । କେନ୍ଦ୍ର ସରକାର ବୋଷ୍ଟର ଡୋଜର ଆବଶ୍ୟକତା ଜାଣିବା ପାଇଁ ଏକ ଅଧ୍ୟୟନ ଆରମ୍ଭ କରିଛନ୍ତି । ଯେଉଁଥିରେ ୬ ମାସ ପୂର୍ବରୁ ଟିକା ନେଇଥିବା ଲୋକଙ୍କୁ ସାମିଲ କରାଯିବା ଏହି ଅଧ୍ୟୟନ ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜୀର ଟ୍ରାନ୍ସଲେସନଲ ହେଲଥ ସାଇନ୍ସି ଏବଂ ଟେକ୍ନୋଲୋଜୀ ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯିବ ।
ଏଥିରେ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ଟିକା ନେଇଥିବା ଲୋକଙ୍କୁ ସାମିଲ କରାଯିବା ଅଧ୍ୟୟନ ପାଇଁ ଦିଲ୍ଲୀ – ଏନସିଆର, ଗୁରୁଗ୍ରାମ ଓ ଫରିଦାବାଦରୁ ନମୂନା ସଂଗ୍ରହ କରାଯିବା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି କି ଏହା ଏକ ଏକାଡେମିକ ଷ୍ଟଡି ଅଟୋ ଏହାର ଉଦ୍ଦେଶ୍ୟ ହେଉଛି ଏହି ପରୀକ୍ଷା ମାଧ୍ୟମରେ ଜଣାପଡିବ କି ଟିକା ନେଇଥିବା ଲୋକଙ୍କ ଶରୀରରେ ଇମ୍ୟୁନିଟ ପାଓ୍ୱାର କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହୁଛି ।
ଏହାସହ ଏହି ପରୀକ୍ଷଣ ପାଇଁ ରକ୍ତ ନମୂନା ସଂଗ୍ରହ ଆରମ୍ଭ ହୋଇଥିବା ଅଧିକାରୀ ଜଣକ କହିଛନ୍ତି । ଏହି ଅଧ୍ୟୟନ ପାଇଁ ଲୋକଙ୍କୁ ୪ ଭାଗରେ ବିଭକ୍ତ କରାଯିବ । ତାହା ମଧ୍ୟରେ ପ୍ରଥମେ ୪୦ ବର୍ଷରୁ ଅଧିକ ଲୋକ, ୪୦ ବର୍ଷରୁ କମ ବୟସର ଲୋକ, ଟିକା ନେବା ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ଲୋକ ଓ ଚତୁର୍ଥ ଭାଗରେ ରହିବେ ଯେଉଁମାନେ ଟିକା ନେବା ପୂର୍ବରୁ ଅନ୍ୟାନ୍ୟ ରୋଗରେ ପିଡୀତ ଅଛନ୍ତି । ଏହି ଲୋକମାନଙ୍କର ମେଡିକାଲ ହିଷ୍ଟ୍ରି, ଭ୍ୟାକ୍ସିନେସନ ଷ୍ଟାଟସ ଓ ଅନ୍ୟ କ୍ଲିନିକାଲ ସୂଚନା ଜାଣିବା ପାଇଁ ଏକ ସ୍ବତନ୍ତ୍ର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି ।