EducationFeaturedLatest

ମେଟ୍ରିକ ପରୀକ୍ଷା ନ ହେଲେ ଆସେସମେଣ୍ଟ ମାର୍କ ଆଧାରରେ କରାଯିବ ମାର୍କିଂ

ଭୁବନେଶ୍ବର ୨୫/୧୨: (ସଂକେତ ଟିଭି) ଓମିକ୍ରନ ପାଇଁ ଯଦି ମାର୍ଚ୍ଚରେ ମେଟ୍ରିକ ପରୀକ୍ଷା ନ ହୁଏ, ତେବେ ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ। ଆସନ୍ତା ଜାନୁଆରୀ ୫ ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ ପରୀକ୍ଷା ହେବ। ଯେଉଁ ପର୍ଯ୍ୟନ୍ତ କୋର୍ସ ପଢ଼ାଯାଇଛି, ସେତିକି ଯାଏ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଶ୍ରୀ ଦାସ କହିଛନ୍ତି ଯେ ସ୍କୁଲ ପାଇଁ ଆଲର୍ଟ ଜାରି ଅଛି । ସର୍ଭିଲାନ୍ସ ଚାଲିଛି । ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି । ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଛି । ସରକାରୀ ବିଦ୍ୟାଳୟରେ କୋଭିଡ୍ ସମସ୍ୟା ସେତେ ଆସିନି। ସ୍ବାସ୍ଥ୍ୟ ବିଭାଗ ନିୟମାବଳୀ ଅନୁସାରେ କାର୍ଯ୍ୟକ୍ରମ ହେଉଛି। ଶୁକ୍ରବାର ଏସଆରସି ଯେଉଁ ଗାଇଡ଼ଲାଇନ କରିଛନ୍ତି, ତାକୁ ସମସ୍ତେ ମାନିବେ । ପ୍ରଥମରୁ ପଞ୍ଚମ ଖୋଲିବା ନେଇ ଏ ଯାଏଁ ନିଷ୍ପତ୍ତି ହୋଇନି ।