ଓଡିଶାରୁ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ଯା ୮ ଛୁଇଁଲା
ଭୁବନେଶ୍ୱର ୨୬।୧୨ : (ସଂକେତ ଟିଭି) ଓଡିଶାରୁ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂଖ୍ଯା ୮ରେ ପହଞ୍ଚିଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୪ ନୂଆ ଆକ୍ରାନଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା । ଆଜି ଚିହ୍ନଟ ହୋଇଥିବା ଓମିକନ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ନାଇଜେରିଆରୁ ଏବଂ ଆଉ ଦୁଇ ଜଣ ୟୁଏଇରୁ ଫେରିଛନ୍ତି । ଡିସେମ୍ବର ୨୧ ତାରିଖରେ ରାଜ୍ଯରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ । ୨୩ ତାରିଖରେ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୩ରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ଭଉଣୀ ନାଇଜେରିଆରୁ ଫେରିଥିଲେ ।