ଜଙ୍ଖରାଇ ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୫ ଆହତ, ୧୪୪ ଧାରା ଜାରି

ବାଲେଶ୍ବର ୨୫/୧୨: (ସଂକେତ ଟିଭି) ମୋଟର ସାଇକେଲ ଧକ୍କାରୁ ଗୋଷ୍ଠୀ ସଂଘର୍ଷ ପରେ ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜଙ୍ଖରାଇ ଗାଁରେ 144 ଧାରା ଜାରି କରାଯାଇଛି । ଏହି ଆଦେଶ ଅନୁସାରେ ପାଞ୍ଚରୁ ଅଧିକ ଲୋକ କୌଣସି ସ୍ଥାନରେ ଏକାଠି ହୋଇପାରିବେ ନାହିଁ ।

ସୂଚନା ଅନୁସାରେ, ଜଙ୍ଖରାଇ ଗାଁରେ ସରୋଜ ଜେନା ନାମକ ଜଣେ ଯୁବକଙ୍କ ସହିତ ଏକ ମୋଟରସାଇକେଲ ଧକ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସରୋଜ କଳମା ଗାଁରୁ ସମର୍ଥକ ମାନଙ୍କୁ ଡ଼କାଇ ଜଙ୍ଖରାଇ ଗାଁରେ ଲୋକମାନଙ୍କୁ ଆକ୍ରମଣ କରିଥିଲେ । ଏହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ଯରେ ସଂଘର୍ଷ ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ଗାଁର ସେକ୍‌ ଜିଲାନିଙ୍କର ମୃତ୍ୟୁ ହୋଇଥିବାବେଳେ ସରୋଜ ଜେନା ଓ ସେକ୍‌ ରଫାଫତ୍‌ଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ଯ ପରିସ୍ଥିତି ଅଣାୟତ୍ତ ହେବାରୁ ସେଠାରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି ।