ରୋହିତଙ୍କ ଅନୁପସ୍ଥିତି ବଡ କ୍ଷତି, ତଥାପି ଟିମ ଇଣ୍ଡିଆରେ ଅଛନ୍ତି ଏକାଧିକ ବିକଳ୍ପ ଓପନର

ନୂଆଦିଲ୍ଲୀ, ୨୭/୧୨: (ସଂକେତ୍ ଟିଭି) ପୂର୍ବତନ ଭାରତୀୟ କ୍ରିକେଟର ତଥା ପେସ୍ ବୋଲର ଜାହିର ଖାନ୍ କହିଛନ୍ତି ଯେ ଆହତ ଜନିତ କାରଣ ନେଇ ଓପନର ରୋହିତ ଶର୍ମା ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିବା ଭାରତ ପାଇଁ ବଡ କ୍ଷତି ହୋଇଛି । କାରଣ ସେ ଜଣେ ଅନୁଭବୀ ବ୍ୟାଟର ।

ଭାରତର ବ୍ୟାଟିଂକୁ ପ୍ରଥମରୁ ମଜଭୂତ କରିବା ଦିଗରେ ସେ ସବୁବେଳେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ବିକ୍ଷ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ସିରିଜରେ ତାଙ୍କର ଅନୁସ୍ଥିତି ନିଶ୍ଚିତ ଉପଲବ୍ଧି ହେବ । ତେବେ ଭାରତୀୟ ଦଳରେ ଏକାଧିକ ଦକ୍ଷ ଓପନର ଅଛନ୍ତି । ସେମାନେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସଠିକ ମୁକାବିଲା କରିବା ଦିଗରେ ନିଶ୍ଚିତ ସମର୍ଥ ହେବେ ବୋଲି ଆଶା ।

ଅନ୍ୟ ପକ୍ଷରେ ଦଳର ଦୁଇ ପୁରୁଖା ତଥା ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଦୂର୍ବଳ ଫର୍ମ ନେଇ ଚିନ୍ତା ରହିଛି । ତଥାପି ଦୁହେଁ ଏହି ସିରିଜରେ ପୁଣି ଫର୍ମକୁ ଫେରିଲେ କୌଣସି ସମସ୍ୟା ହେବ ନାହିଁ । କାରଣ ଓପନରମାନଙ୍କ ଉପରେ ଭାରତୀୟ ବ୍ୟାଟିଂ ଅଧିକ ନିର୍ଭରଶୀଳ । ତେଣୁ ଅଧିନାୟକ ବିରାଟ କୋହଲିଙ୍କ ସହିତ ଓପନର ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ଖେଳିବାକୁ ପଡିବ ।

କାରଣ ଦକ୍ଷିଣ ଆଫ୍ରିକାରେ ଘରୋଇ ଫାଷ୍ଟ ବୋଲର ଭାନେ ସବୁବେଳେ ବିଦେଶୀ ଦଳର ବ୍ୟାଟରଙ୍କ ଉପରେ ପ୍ରଭାବ ବିସ୍ତାର କରିଥାନ୍ତି । ଦକ୍ଷିଣ ଆଫ୍ରିକା ଦଳରେ ମଧ୍ୟ ଏକାଧିକ ନବାଗତ ଖେଳାଳି ସ୍ଥାନ ପାଇଛନ୍ତି । ତେଣୁ ସେମାନଙ୍କୁ ଭାରତୀୟ ବ୍ୟାଟର ମାନେ ସତର୍କତାର ସହିତ ମୁକାବିଲା କରିବା ଅତ୍ୟନ୍ତ ଜରୁରି ।

ଅଧିନାୟକ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୭- ୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ । ଭାରତ ଡରବାନରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଥିଲା । ମାତ୍ର ପରବର୍ତ୍ତୀ ଦୁଇ ଟେଷ୍ଟରେ ଭାରତ ହାରି ଯିବା ଫଳରେ ସିରିଜ ବିଜୟରୁ ବଞ୍ଚିତ ହେଲା । ତେବେ ବର୍ତ୍ତମାନର ଭାରତୀୟ ଦଳରେ ଏକାଧିକ ଦକ୍ଷ ପେସ୍ ବୋଲର ଅଛନ୍ତି । ସେମାନେ ସେଠାକାର ପରିବେଶ ଓ ପିଚରେ ସଫଳ ହେବେ ବୋଲି ଅନୁମାନ ।