ଦିନ ଦ୍ବିପହରେ ତେଲଙ୍ଗା କଟୁରିରେ ଯୁବକଙ୍କ ଆକ୍ରମଣରେ ୨ ଗୁରୁତର

ସୋର, ୨୮/୧୨: (ସଂକେତ୍ ଟିଭି ) ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ବଜାରରେ ପୂର୍ବ ଗଣ୍ଡଗୋଳରୁ ବିଚ୍ ବଜାରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି ।

ସୁଚନା ଅନୁସାରେ ଗତ କାଲି ଖନ୍ତାପଡା ବଜାରରୁ ଜଣକର ସାଇକେଲ ଚୋରି ହୋଇଥିଲା । ସ୍ଥାନୀୟ ଲୋକେ ସାଇକେଲ ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ । ଏହାପରେ ଚୋର ଜଣକ ସାଇକେଲଟି କୁ ଚୋରି କରି ବନ୍ଧା ପକାଇଥିବା ମାନିବା ପରେ ଲୋକ ଚୋରଟିକୁ ଛାଡି ଦେଇଥିଲେ ।

ଗତ କାଲି ମାଡ଼ ଖାଇଥିବା ସାଇକେଲ ଚୋରର ଭାଇ ଆଜି ପ୍ରତିଶୋଧ ପରାୟଣ ହୋଇ ଖନ୍ତାପଡା ବଜାରର ଅନୁ ମହାନ୍ତି ଓ ବେଗୁନିଆ ଘୁଣ୍ଟିଆ ପାନ ଦୋକାନିକୁ ଏକ ତେଲଙ୍ଗା କଟୁରି ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକ ୨ ଜଣକୁ ଉଦ୍ଧାର କରି ପ୍ରଥମେ ଖନ୍ତାପଡା ଡାକ୍ତର ଖାନା ଆଣିଥିଲେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟନାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥାଳରେ ଖନ୍ତାପଡା ପୋଲିସ୍ ପହଞ୍ଚି ତଦନ୍ତ କରୁଛନ୍ତି ।