ବିଚାରପତିଙ୍କୁ ଚପଲ ଫିଙ୍ଗିଲା ଦୋଷୀ

ନୂଆଦିଲ୍ଲୀ, ୩୦/୧୨: (ସଂକେତ୍ ଟିଭି) ସୁରଟର ଏକ ଅଦାଲତ ଦୁଷ୍କର୍ମ ଓ ହତ୍ୟା କରିଥିବା ଜଣେ ୨୭ ବର୍ଷୀୟ ଅପରାଧୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଅଭିଯୁକ୍ତ ବିଚାରପତି ଉପରକୁ ଚପଲ ଫିଙ୍ଗିଛି ।

ପୋକ୍ସୋର ସ୍ୱତନ୍ତ୍ର ବିଚାରପତି ପି.ଏସ୍.କଳା ଦଣ୍ଡ ବିଧାନ କରିବା ପରେ ଅଭିଯୁକ୍ତ ସୁଜିତ ସକେତ ରାଗି ଯାଇଥିଲା ଓ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲା । ତେବେ ଚପଲଟି ବିଚାରପତିଙ୍କ ଦେହରେ ନବାଜି ସାକ୍ଷୀ ଗଡ଼ା ପାଖରେ ପଡିଥିଲା ।

ଅଭିଯୋଗ ଅନୁସାରେ ମଧ୍ୟପ୍ରଦେଶର ବାସିନ୍ଦା ସୁଜିତ ସକେତ ଏପ୍ରିଲ ୩୦ ତାରିଖ ଜଣେ ବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିଥିଲା । ପୀଡିତା ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅ ଥିଲା । ବାଳିକାକୁ ଏକା ପାଇ ସୁଜିତ ଚକୋଲେଟର ଲୋଭ ଦେଖାଇ ଅପହରଣ କରି ନେଇଥିଲା । ବାଳିକାକୁ ସେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ ଚଣ୍ଟିଚିପି ହତ୍ୟା କରିଥିଲା ।

ପୋକ୍ସୋ ଧାରା ସହ ଅନ୍ୟ ଉପଯୁକ୍ତ ଧାରା ଅନୁଯାୟୀ ସୁଜିତ ବିରୋଧରେ ହାଜିରା ପୁଲିସ ମାମଲା ରୁଜୁ କରିଥିଲା । କୋର୍ଟ ୨୬ ଜଣ ସାକ୍ଷୀଙ୍କ ବୟାନ ଶୁଣିଥିଲେ । ଦଣ୍ଡ ଘୋଷଣା ପୂର୍ବରୁ ପୁଲିସର ୫୩ଟି ସାକ୍ଷ୍ୟ ଉପରେ ମଧ୍ୟ ବିଚାର କରି ଅଦାଲତ ବୁଧବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।