ବ୍ୟାଙ୍କ ଏକାଉଣ୍ଟରେ କେଓ୍ବାଇସି ଅପଡେଟ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧କୁ ବୃଦ୍ଧି କଲା ରିଜର୍ଭ ବ୍ଯାଙ୍କ

ମୁମ୍ବାଇ, ୩୦/୧୨: (ସଂକେତ୍ ଟିଭି) ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କେଓ୍ବାଇସି ଅପଡେଟ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେଓ୍ବାଇସି (ନୋ ୟୋର କଷ୍ଟମର ବା ଗ୍ରାହକଙ୍କ ପରିଚୟ ଓ ଠିକଣା ପ୍ରମାଣକରୁଥିବା କାଗଜପତ୍ର) ଅପଡେଟ କରିବାର ଶେଷ ତାରିଖ ଡିସେମ୍ବର ୩୧ ଥିଲା ।

ତେବେ ଯ଼େଉଁ ଗ୍ରାହକମାନେ କେଓ୍ବାଇସି ଅପଡେଟ୍ କରିନାହାନ୍ତି, ସେମାନେ ୩୧ ମାର୍ଚ୍ଚ ସୁଦ୍ଧା କେଓ୍ବାଇସି ଅପଡେଟ୍ କରିପାରିବେ । ସେପର୍ଯ୍ଯନ୍ତ ବ୍ୟାଙ୍କମାନେ ଖାତା ଉପରେ କୌଣସି କଟକଣା ଲଗାଇପାରିବେ ନାହିଁ ।