ଭାରତରେ ବିଏମଡବ୍ଲୁ ଆଇଏକ୍ସର ଶୁଭାରମ୍ଭ

ନୂଆଦିଲ୍ଲୀ, ୩୧/୧୨: (ସଂକେତ୍ ଟିଭି) ଭାରତରେ ପ୍ରଥମ ବିଏମଡବ୍ଲୁ ଆଇଏକ୍ସ କାରର ଶୁଭାରମ୍ଭ କରାଯାଇଛି । ବିଏମଡବ୍ଲୁ ଆଇଏକ୍ସ ହେଉଛି ବିଏମଡବ୍ଲୁ ଗ୍ରୃପର ନୂଆ ଟେକ୍ନୋଲୋଜି ଫ୍ଲାଗ୍ସି୍ । ‘ଆଇଏକ୍ସ’ ର ଅର୍ଥ ହେଉଛି ପ୍ରଥମ ବିଏମଡବ୍ଲୁ ଇଲେକ୍ଟ୍ରିକାଲ-ହ୍ୱିଲ୍ ଡ୍ରାଇଭ୍ ଭେଇକିଲ୍ (ଏସଏଭି-ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ୍) ।

ଏହା ବାଧାହୀନ ଭାବେ ପ୍ରିମିୟମ ମୋବିଲିଟିକୁ ଜିରୋ-ଏମିଶନ, ସ୍ପୋର୍ଟିଙ୍ଗ୍ ଆଜିଲିଟି ଓ ଲକ୍ଜରିଅସ୍ ସ୍ପେଶିଅସ୍ନେସ୍ ସହିତ ଏକ ଦୀର୍ଘ ଅପରେଟିଂ ରେ୍ ସହ ଏକତ୍ରୀତ କରୁଛି । ଏହି କାର୍ ଏକ କମ୍ପ୍ଲିଟ୍ଲି-ବିଲ୍ଟ-ଅପ୍ ୟୁନିଟ୍(ସିବିୟୁ)
ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଇଣ୍ଡିଆରେ ପ୍ରମୁଖ ମେଟ୍ରୋପଲିଟିଆନ୍ ସହରଗୁଡିକରେ ବିଏମଡବ୍ଲୁ ଡିଲର୍ସିପ୍ ମାଧ୍ୟମରେ ବୁକ୍ କରାଯାଇପାରିବ । ଏହି କାରର ଡେଲିଭରି ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ।

ପ୍ରଥମ ବିଏମଡବ୍ଲୁ ଆଇଏକ୍ସକୁ ୧ କୋଟି ୧୫ ଲକ୍ଷ ୯୦ହଜାରର ଏକ ଇଣ୍ଟେ୍ରୋଡକ୍ଟରୀ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଣ୍ଟ ବିକ୍ରମ ପାୱା କହିଛନ୍ତି, ଏକ ଦ୍ରୁତ ପରିବର୍ତ୍ତିତ
ବିଶ୍ୱରେ ପ୍ରଥମ ବିଏମଡବ୍ଲୁ ଆଇଏକ୍ସ ହେଉଛି ଏକ ନୂତନ ଜେନେରେଶନ ପାଇଁ ଅଲ୍ଟିମେଟ୍ ଡ୍ରାଇଭିଂ ମେଶିନ୍ । ଏକ୍ସ୫ର ଫଙ୍କ୍ସନାଲିଟି, ଏକ୍ସ୬ ର ଡାଇନାମିକ୍ସ ଓ ଏକ୍ସ୭ ର ଆକର୍ଷଣୀୟ ଉପସ୍ଥିତି ସହିତ ନୂଆ ବିଏମଡବ୍ଲୁ
ଇଡ୍ରାଇଭ୍ଟେକ୍ନୋଲୋଜିର ସମ୍ମିଶ୍ରଣ, ଏକ ନୂତନ ଯୁଗର ପ୍ରତୀକ ସୃଷ୍ଟି କରିଛି । ବର୍ଣ୍ଣ ଇଲେକ୍ଟ୍ରିକ୍, ବିଏମଡବ୍ଲୁ ଆଇଏକ୍ସ ଏକ କାର୍ଠାରୁ ଯଥେଷ୍ଟ ଅଧିକ- ଏହା ହେଉଛି ଜୀବନର ଏକ ଆଧୁନିକ ମାଧ୍ୟମ ।

ବିଏମଡବ୍ଲୁ ଇଡ୍ରାଇଭ୍ ଟେକ୍ନୋଲୋଜିର ୫ମ ପିଢିରେ ଏକ ସିଙ୍ଗଲ୍ ହାଉସିଂରେ ଏକ ଅତ୍ୟଧିକ ଇଂଟିଗ୍ରେଟେଡ୍ ଡ୍ରାଇଭ୍ ୟୁନିଟ୍ ରହିଛି ଯାହାକି ଦୁଇଟି ଇଲେକ୍ଟ୍ରିକ୍ ମୋଟର୍ (ଫ୍ରଂଟ୍ ଓ ରିୟର ଆକ୍ସେଲ୍ ପାଇଁ), ସିଙ୍ଗଲ୍ସ୍ପିଡ୍
ଟ୍ରାନ୍ସମିଶନ ଓ ପାୱାର ଇଲେକ୍ଟ୍ରୋନିକ୍ସ ଦ୍ୱାରା ପରିଚାଳିତ । ଆଇଏକ୍ସ ଖୁବ ଶିଘ୍ର ୩୨୬ଏଚପିର ଆଉଟପୁଟ୍ ସହିତ ୬.୧ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର୍ ପ୍ରତି ଘଣ୍ଟା ବେଗରେ ଅତିକ୍ରମ କରିଥାଏ ।

ବିଏମଡବ୍ଲୁ୍ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ୍ ଫାଷ୍ଟ-ଏଭର୍ ବିଏମଡବ୍ଲୁ ଆଇଏକ୍ସ୍ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଲୋନ୍ ଓ ଇନସୁରାନ୍ସ ପାଇଁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ପ୍ରଦାନ କରୁଛି ।