ବାଲେଶ୍ବରରେ ପଶିଲା ଓମିକ୍ରନ, ୩୮ବର୍ଷୀୟ ଯୁବକ ଓମିକ୍ରନ ସଂକ୍ରମିତ ଚିହ୍ନଟ

ସିମୁଳିଆ,୦୨।୦୧: (ଯାଦବାନନ୍ଦ ଦାସ) ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଜଣେ ୩୮ବର୍ଷୀୟ ଯୁବକ ଓମିକ୍ରନ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ଓମାନରୁ ବାଲେଶ୍ବର ଫେରିଥିଲେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣକ ଓମାନ ଅଞ୍ଚଳରେ ରହୁଥିଲେ। ସେ କିଛି ପୂର୍ବେ ଘରକୁ ଆସିଥିଲେ। ଗତ ଡିସେମ୍ବର ମାସ ୨୮ ତାରିଖରେ କରୋନା ପରୀକ୍ଷା କରିବା ପରେ କରୋନା ନିଗେଟିଭ ବାହାରିଥିଲା। ପରେ ତାଙ୍କର ଓମିକ୍ରନ ପରୀକ୍ଷା ପାଇଁ ସ୍ୱାବ ସାମ୍ପଲ ଦେଇଥିବା ବେଳେ ଆସି ତାଙ୍କର ପଜେଟିଭ ବାହାରିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଉକ୍ତ ଯୁବକଙ୍କ ପଜେଟିଭ ବାହାରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କର ପରୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ଧବସ୍ତ କରୁଥିବା ବେଳେ ଉକ୍ତ ଯୁବକଙ୍କୁ ବାଲେଶ୍ୱର କୋଭିଡ଼ ମେଡ଼ିକାଲକୁ ନେଇଯିବାର ସୂଚନା ମି