ନାଜାଲ ଭ୍ୟାକ୍ସିନ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୦୫/୦୧: (ସଂକେତ୍ ଟିଭି) ଏଣିକି ନାକରେ ନେଇହେବ କରୋନା ଟିକା । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକକୁ ନାଜାଲ ଭାକ୍ସିନ BBV154କୁ ଟ୍ରାଏଲ ଲାଗି ଡିସିଜିଆଇର ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମତି ଦେଇଛନ୍ତି।

କୋଭାକ୍ସିନ ଓ କୋଭିସିଲ୍ଡ ନେଇସାରିଥିବା ୫ ହଜାର ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯିବ । । ଏମିତିକି କୋଭିସିଲଡ ନେଇଥିବା ଅଢ଼େଇ ହଜାର ଲୋକଙ୍କ ସହ କୋଭାକ୍ସିନ୍ ନେଇଥିବା ଅଢ଼େଇ ହଜାର ଲୋକଙ୍କ ଉପରେ ମଧ୍ୟ ପରୀକ୍ଷଣ କରାଯିବ । ଏହି ଔଷଧ ଆଇଜିଜି, ମ୍ୟୁକୋସାଲ ଆଇଜିଏ, ଟି-ସେଲଗୁଡିକୁ ନଷ୍ଟ କରିଦେଇଥାଏ । ଏହି ଟିକା ନେଲେ ସଂକ୍ରମଣ ରୋକାଯିବା ସହ ରୋଗୀର ମଧ୍ୟ ପ୍ରତିରୋଧକ ଶକ୍ତି ବଢିଥାଏ ।