ଚୋରକୁ ନିର୍ଧୁମ୍ ଛେଚି ମେଡାଲ୍ ପିନ୍ଧାଇ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

ସୋର ୬।୧: (ସଂକେତ ଟିଭି) ଚୋରକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରି ମେଡାଲ ପିନ୍ଧାଇ ପୋଲିସ ଜିମାଦେଲେ ସ୍ଥାନୀୟ ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ପୌରପାଳିକାର ଛତ୍ରପୁର ଛକରେ ।

ସୂଚନା ଅନୁସାରେ, ସୋର ପୌର ପାଳିକାର ରାମପୃଷ୍ଟି ଛକର ଟୁକୁନା ସିଂ ନଳକୂପ ପାଇପ୍ ଚୋରି କରି ବିକିବାକୁ ନେଉଥିବା ବେଳେ ଛତ୍ରପୁର ଛକ ନିକଟରେ ନଳକୂପ ମିସ୍ତ୍ରୀ ପାଇପ୍ ଚିହ୍ନି ପାରିଥିଲେ । ନିଜ ପାଇପ୍ ବୋଲି ଜାଣିବା ପରେ ଚୋରକୁ ଅଟକାଇଥିଲେ । ଚୋରି କରିଥିବା ବ୍ୟକ୍ତି ଜଣକ ବାରମ୍ବାର ସ୍ଥାନୀୟ ଅଞ୍ଚଳରୁ ମଦ ନିଶାରେ କାହାର ଚେୟାର ତ କାହାର ପାଇପ୍ ଚୋରି କରି ନେଉଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ପରେ ସ୍ଥାନୀୟ ଲୋକ ଟୁକୁନାକୁ ଧରି ହାତଗୋଡ ବାନ୍ଧି ନିର୍ଧୁମ ଛେଚି ଏକ ମେଡାଲ ପିନ୍ଧାଇ ସୋର ପୋଲିସ ଜିମା ଦେଇଛନ୍ତି ।