ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ, ତାରିଖ ଘୋଷଣା ଖୁବ ଶିଘ୍ର

ଭୁବନେଶ୍ବର, ୧୦/୦୧: (ସଂକେତ୍ ଟିଭି) ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ । ଏହା ପୂର୍ବରୁ ସେ ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି । ତେବେ ଆସନ୍ତାକାଲି ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

ସେପଟେ ପଞ୍ଚାୟତ ନିର୍ବାଚନକୁ ନେଇ ବସିଥିଲା ଆଜି ସର୍ବଦଳୀୟ ବୈଠକ । ବୈଠକ ପରେ ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ଼ଲାଇନ୍ ଆସିବ ବୋଲି ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି । ନିର୍ବାଚନ ଆୟୋଗର ଗାଇଡ଼ଲାଇନକୁ ଆଧାର କରି ଗାଇଡ଼ଲାଇନ୍ ଆସିବ ବୋଲି ସେ କହିଛନ୍ତି।