ଜାନୁଆରୀ ୧୫ ସୁଦ୍ଧା ରାଜ୍ଯରେ ପିକ୍ ଛୁଇଁବ କରୋନା ସଂକ୍ରମଣ
ଭୁବନେଶ୍ବର, ୧୦/୦୧: (ସଂକେତ୍ ଟିଭି) ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ଜାନୁଆରୀ ୧୫ ସୁଦ୍ଧା ଏହା ପିକ୍ ନେବାର ସମ୍ଭାବନା ରହିଛି । ରାଜ୍ଯର ମୁଖ୍ଯତଃ ଚାରିରୁ ପାଞ୍ଚଟି ଜିଲ୍ଲାରେ ଅଧିକ ସଂକ୍ରମଣ ହୋଉଥିବା ଦେଖିବାକୁ ମିଳିଛି । ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ମଧ୍ୟ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ଦିଲ୍ଲୀ ଓ ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କହିଛନ୍ତି ଯେ ଜାନୁଆରୀ ୧୫ ସୁଦ୍ଧା ସଂକ୍ରମଣ ପିକ ନେବାର ସମ୍ଭାବନା ରହିଛି । ସେହି ଅନୁଯାୟୀ ରାଜ୍ୟରେ ମଧ୍ୟ ତାର ୧୦ ରୁ ୧୫ ଦିନ ଭିତରେ ପିକ ନେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ଟେଷ୍ଟ ସର୍ଭିଲାନ୍ସ ଓ ଟୀକାକରଣକୁ ବ୍ୟାପକ କରାଯାଇଛି।
ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଉଛି, ଲୋକେ ହାଲୁକା ନ ନେଇ ସଜାଗ ହେବା ଆବଶ୍ୟକ। କୋରୋନା ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସେପଟେ ରାଜ୍ୟରେ ଟେଷ୍ଟିଂ କିଟକୁ ନେଇ କଳାବଜାରୀ ବୃଦ୍ଧି ଘଟୁଛି । ତେଣୁ ଆଇସିଏମଆର ଦ୍ଵାରା ଅନୁମୋଦିତ କିଟରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।