ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷିତ, ଫେବୃଆରୀ ୧୬ ତାରିଖରୁ ଭୋଟଗ୍ରହଣ

ଭୁବନେଶ୍ବର, ୧୧/୦୧: (ସଂକେତ୍ ଟିଭି) ଆଜି ରାଜ୍ଯ ନିର୍ବାଚନ କମିଶନର ଆଦିତ୍ଯ ପ୍ରସାଦ ପାଢୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଭୋଟ ଗ୍ରହଣ ପାଞ୍ଚଟି ପର୍ଯ୍ଯାୟରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖ ଦିନ ଭୋଟ ଗ୍ରହଣ ହେବ । ଫେବୃଆରୀ ୨୬, ୨୭ ଏବଂ ୨୮ ତାରିଖରେ ଭୋଟ ଗଣତି ହେବ ।

ଏଥିପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ଫଳାଫଳ ଘୋଷଣା ପର ପର୍ଯ୍ଯନ୍ତ ଲାଗୁ ରହିବ । ରାଜ୍ଯରେ ପାଞ୍ଚଟି ପର୍ଯ୍ଯାୟରେ ଭୋଟ ଗ୍ରହଣ ହେବ । ସକାଳ ୭ଟାରୁ ଦିନ ୧ ଟା ଯାଏ ଭୋଟ ଗ୍ରହଣ ହେବ । ସବୁ ପର୍ଯ୍ଯାୟର ଭୋଟଗ୍ରହଣ ପରେ ଭୋଟ ଗଣତି ହେବ । ଏହା ସହିତ ସମସ୍ତ ବ୍ଲକ ସଦର ମହକୁମାରେ ଭୋଟ ଗଣତି ହେବ ।

କୋଭିଡ କଟକଣା ମଧ୍ଯରେ ଭୋଟ କ୍ଯାମ୍ପନିଂ ହେବ । କେବଳ ପାଞ୍ଚ ଜଣ ଘରକୁ ଘର ବୁଲି ପ୍ରଚାର କରିପାରିବେ । ରୋଡ ସୋ କିମ୍ବା ବଡ ବଡ ସଭାର ଆୟୋଜନ ଉପରେ କଟକଣା ଲଗାଯାଇଛି ।