ନିର୍ବାଚନ ଲଢିବେ ନାହିଁ ମାୟାବତୀ

ଲକ୍ଷ୍ମୌ ୧୨।୦୧ :(ସଂକେତ୍ ଟିଭି) : ଚାରିଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିବା ମାୟାବତୀ ଏପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର ପାଇଁ ବାହାରି ନାହାଁନ୍ତି । ଫେବୃଆରୀ ୧୦ ରୁ ମତଦାନ ଆରମ୍ଭ ହେବ ଏବଂ ମାୟାବତୀ ନିଜେ ୭ ପର୍ଯ୍ୟାୟ ନିର୍ବାଚନ ପାଇଁ କୌଣସି ପ୍ରଚାର କରିବାକୁ ମାୟାବତୀ ଏପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଇ ନାହାନ୍ତି । ଆଉ ଏବେ ମାୟାବତୀ ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ଖବର ରହିଛି ।

କେବଳ ଏତିକି ନୁହେଁ, ତାଙ୍କର ମୁଖ୍ୟ ପରାମର୍ଶଦାତା ସତୀଶ ମିଶ୍ର ମଧ୍ୟ ନିର୍ବାଚନ ଯୁଦ୍ଧରୁ ଦୂରରେ ରହିବେ । ବିଏସପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ନିଜେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ମୁଁ ର୍ନିବାଚନରେ ପ୍ରତିଦ୍ୱନ୍ଦିତା କରିବୁ ନାହିଁ ।

ପ୍ରକାଶ ଥାଉକି, ସମାଜବାଦୀ ପାର୍ଟିର ୪୦୦ ଟି ଆସନ ଜିତିବା ଦାବିରେ ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି, ‘ସମାଜବାଦୀ ପାର୍ଟିର ୪୦୦ ପ୍ରାର୍ଥୀ ନାହାନ୍ତି, ତେବେ ସେମାନେ ଏତେ ଆସନ କିପରି ଜିତିବେ । ଏସପି କିମ୍ବା ବିଜେପି କ୍ଷମତାକୁ ଆସିବ ନାହିଁ । ଏଥର ବହୁଜନ ସମାଜ ପାର୍ଟି ସରକାର ଗଠନ କରିବାକୁ ଯାଉଛି । ସତୀଶ ଚନ୍ଦ୍ର ମିଶ୍ର ଦୀର୍ଘ ଦିନ ଧରି ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି । ତେବେ ମାୟାବତୀ ର୍ନିବାଚନକୁ ନେଇ କୌଣସି ସାଧାରଣ ସଭା କିମ୍ବା କୌଣସି ରୋଡ୍‌ ସୋ ରେ ଏପର୍ଯ୍ୟନ୍ତ ଭାଗ ନେଇନାହାନ୍ତି ।

ସୂଚନା ଥାଉ କି ଦଳ ଏଥର ସମସ୍ତ ୪୦୩ଟି ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି । ୨୦୧୭ରେ, ବିଏସପି ମାତ୍ର ୧୯ଟି ଆସନ ପାଇଥିଲା ଓପିନିୟନ ପୋଲରେ ଏଥର ମଧ୍ୟ ବିଏସପି ଏହି ଆସନ ପାଖାପାଖି ରହିବ ବୋଲି ଆକଳନ କରାଯାଇଛି । ଏଭଳି ପରିସ୍ଥିତିରେ ର୍ନିବାଚନରେ ପ୍ରତିଦ୍ୱନ୍ଦିତା ନକରିବା ପାଇଁ ମାୟାବତୀଙ୍କ ନିଷ୍ପତ୍ତି ମଧ୍ୟ ଦଳର କର୍ମୀଙ୍କ ମନୋବଳକୁ ପ୍ରଭାବିତ କରିବ ।