ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଥାନା ଆଗରୁ ସ୍କାଏଲାଇଟ୍ ଭାଙ୍ଗି ଗହଣା ଦୋକାନରୁ ଚୋରି

ସୋର ୧୨।୦୧ :(ସଂକେତ୍ ଟିଭି) : ଥାନା ଆଗରୁ ବିଳମ୍ବିତ ରାତିରେ ସ୍କାଏଲାଇଟ୍ ଭାଙ୍ଗି ଗହଣା ଦୋକାନରୁ ଚୋରି । ଚୋରି ବେଳର ଦୃଶ୍ୟ ସିସି ଟିଭି ରେ କଏଦ ହୋଇଛି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସୋର ଥାନା ଆଗ ବଡଖୁରିଛକ ନିକଟରେ ଥିବା ଏମ.ଏମ. ଜୁଏଲେରିରୁ ଗତ କାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ସ୍କାଏଲାଇଟ୍ ଭାଙ୍ଗି ଗହଣା ଚୋରି କରିନେଇଛନ୍ତି । ଦେଢ କେଜି ରୂପା ଗହଣା ଓ ନଗଦ ୫ ହଜାର ଟଙ୍କା ଚୋରି କରି ନେଇଥିବା ବେଳେ ଦୋକାନ ଭିତରେ ଥିବା ସିସି ଟିଭି କ୍ୟାମେରା ଓ ଏକ ଟିଭି କୁ ଭାଙ୍ଗି ଦେଇଛନ୍ତି । ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।