ଆମେରିକାରେ ଓମିକ୍ରନ ତାଣ୍ଡବ

ନୂଆଦିଲ୍ଲୀ ୧୨।୦୧ :(ସଂକେତ୍ ଟିଭି) ସବୁ ରେକର୍ଡ ଭାଙ୍ଗିଲା ଆମେରିକା । ଡେଲଟା ପରେ ଏବେ ଓମିକ୍ରନ ମଧ୍ୟ ଆମେରିକାରେ ଅଧିକ ପ୍ରଭାବ ପକାଇଥିବା ଜଣାପଡ଼ିଛି । ଓମିକ୍ରନ ଅଧିକ ସଂକ୍ରାମକ ବୋଲି ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା, ତାହା ଆମେରିକାରେ ପ୍ରମାଣ ହୋଇଛି ।

ଗତ ୨୪ ଘଣ୍ଟାରେ ଆମେରିକାରେ ୧୧ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ପୂର୍ବ ସବୁ ରେକର୍ଡ ଭାଙ୍ଗିଛି । ଏହା ପୂର୍ବରୁ ୨୪ଘଣ୍ଟାରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଓମିକ୍ରନ୍‌ ଭାରିଆଣ୍ଟ କମ୍‌ ଗୁରୁତର ବୋଲି କୁହାଯାଉଥିଲେ ବି ଆମେରିକାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଓମିକ୍ରନ ଆକ୍ରାନ୍ତ ହୋଇ ଆମେରିକାର ଡାକ୍ତରଖାନାରେ ହଜାର ହଜାର ଲୋକେ ଭର୍ତ୍ତି ହେବାରେ ଲାଗିଛନ୍ତି ।

ତିନି ସପ୍ତାହ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ୍‌ – ୧୯ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । କୋଭିଡ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟାରେ ବୃଦ୍ଧି ଏବଂ କର୍ମଚାରୀଙ୍କ ଅଭାବ ପାଇଁ ଯୁକ୍ତରାଷ୍ଟ୍ରର ଅନେକ ଡାକ୍ତରଖାନାରେ ଜରୁରୀ ନଥିବା । ଅସ୍ତ୍ରୋପଚାରକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି । କେବଳ ଆମେରିକା ନୁହେଁ ବ୍ରିଟେନ, ଫ୍ରାନ୍ସ ଏବଂ ଇଂଲଣ୍ଡ ଭଳି ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।