ପ୍ରଯୋଜନା ସଂସ୍ଥା ଲଞ୍ଚ କଲେ ଅଭିନେତ୍ରୀ କ୍ରିତି କୁହ୍ଲାରୀ, ପ୍ରଥମ ଫିଲ୍ମ ନାଏକା

ମୁମ୍ବାଇ: (ସଂକେତ ଟିଭି) ଛୋଟ ପରଦା ହେଉ କିମ୍ବା ବଡ ସବୁଠାରେ କ୍ରିତି କୁହ୍ଲାରୀ ଏକ ପରିଚିତ ନାଁ । ନିଜର ଦମ୍‌ଦାର ଅଭିନୟ ଓ ବୋଲ୍ଡ ଅନ୍ଦାଜ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇପାରିଛନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ ସଫଳତା ପରେ ଏକ ନୂଆ ବିଭାଗରେ ପାଦ ଥାପିଛନ୍ତି କ୍ରିତି । ବର୍ତ୍ତମାନ ସେ ପ୍ରଯୋଜନାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ନିଜର ପ୍ରଯୋଜନା ସଂସ୍ଥା ‘କିଣ୍ଟ୍‌ଶୁକୁରୋଇ ଫିଲ୍ମସ’ର ଜରିଆରେ ପ୍ରଯୋଜକ ଭାବେ ବଲିଉଡ୍‌ରେ ପାଦ ଥାପିବେ ।

ପ୍ରଯୋଜକ ଭାବେ ତାଙ୍କର ପ୍ରଥମ ଥ୍ରିଲର୍‌ ସିନେମା ନାଏକା ରିଲିଜ୍‌ ହେବ । ନିଜ ଜୀବନରେ ଅନେକ ବାଧାକୁ ଅତିକ୍ରମ କରି କ୍ରିତି ଏଠାରେ ପହଞ୍ଚିଥିବାରୁ ବେଶ୍‌ ଖୁସି ଅଛନ୍ତି । କେବଳ ଯେ କ୍ରିତି ଏହି ସିନେମାଟିକୁ ପ୍ରଯୋଜନା କରୁଛନ୍ତି ତାହା ନୁହେଁ ସେ ଏଥିରେ ଅଭିନୟ ମଧ୍ୟ କରିବେ । ନିକଟରେ କ୍ରିତିଙ୍କର ସାହିଲ୍‌ ସେହଗିଲ୍‌ଙ୍କ ସହ ବିବାହ ବିଛେଦ ଘଟିଛି । ସର୍ବଦା ଜୀବନରେ ତାଙ୍କୁ ସମର୍ଥନ କରିଥିବାରୁ କ୍ରିତି ନିଜର ବାପା ମା’ଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଭିନୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିବା କ୍ରିତି ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି ।