ଗରୁଡ଼ ପକ୍ଷୀ ଉଦ୍ଧାର, ପୂଜାର୍ଚ୍ଚନା କଲେ ଲୋକେ

ବାଲିଆପାଳ୧୩।୧: (ଉମାକାନ୍ତ ନାୟକ) ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମରେ ଏକ ବିରଳ ପକ୍ଷୀ ଉଦ୍ଧାର ହୋଇଛି । ଏହି ପକ୍ଷୀ ଟି ଦେଖିବାକୁ ଠିକ ଗରୁଡ଼ ଭଳି ହୋଇଛି ।

ପୁରାଣରେ ଉଲ୍ଲେଖିତ ଅଛି ବିଷ୍ଣୁଙ୍କ ସହଯୋଗୀ ହେଉଛି ଗରୁଡ଼ ପକ୍ଷୀ। ସେଥିପାଇଁ ନାଚିନ୍ଦା ମହାଦେବ ମନ୍ଦିର ଏହି ପକ୍ଷୀ ଟିକୁ ରଖି ଲୋକେ ପୂଜାର୍ଚ୍ଚନା କରୁଛନ୍ତି। ଏହାକୁ ଦେଖିବା ପାଇଁ ବହୁ ଲୋକେ ରୁଣ୍ଡ ହୋଇଛନ୍ତି। ଗ୍ରାମ ଅରବିନ୍ଦ ଦାସ ନାମକ ଯୁବକ ଏହି ପକ୍ଷୀ ଟିକୁ ଧରି ବନ ବିଭାଗ କୁ ଖବର ଦେଇଛନ୍ତି ।