ସେଲ୍ଫିରେ ପ୍ରଥମ ଥର ଏକାସଙ୍ଗେ ଆକ୍ଟିଂର ଯାଦୁ ଦେଖାଇବେ ଅକ୍ଷୟ କୁମାର ଓ ଇମ୍ରାନ ହାସମୀ

ମୁମ୍ବାଇ: (ସଂକେତ୍ ଟିଭି) ବଲିଉଡ୍ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ତାଙ୍କର ନୂଆ ଫିଲ୍ମ ଡ୍ରାମା ଏବଂ କମେଡିରେ ଭରପୁର “ସେଲ୍ଫି’ର ଘୋଷଣା କରିଛନ୍ତି । ଏହି ଫିଲ୍ମ ୨୦୧୯ର ସୁପରହିଟ୍ ମଲୟାଲମ ଫିଲ୍ମ “ଡ୍ରାଇଭିଂ ଲାଇସେନ୍ସ’ର ହିନ୍ଦୀ ରିମେକ୍ । ସେଲ୍ଫି ଜରିଆରେ ପ୍ରଥମ ଥର ଦୁଇ ସୁପରଷ୍ଟାରଙ୍କୁ ଏକତ୍ର ଦେଖିବାକୁ ମିଳିବେ । ଅକ୍ଷୟ କୁମାର ଏବଂ ଇମରାନ ହାସମୀଙ୍କୁ ପ୍ରଥମ ଥର ଏକାସଙ୍ଗେ ପରଦାରେ ଆକ୍ଟିଂର ଯାଦୁ ଦେଖାଉଥିବା ଏକ ଅବିଶ୍ୱସନୀୟ ରୂପେ ରୋମାଞ୍ଚକର ହେବ, ଉଭୟଙ୍କର ବହୁମୁଖୀ ପ୍ରତିଭାକୁ ଦେଖିବା ପାଇଁ ଏବେଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଚାଲିଛି ।

ଏହି ଫିଲ୍ମର ଘୋଷଣା କରି ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଇମରାନ ହାସମୀ ନିଜ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ବ୍ୟତୀତ ଏକ ଭିଡିଓ ଟିଜର ମଧ୍ୟ ରିଲିଜ୍ କରାଯାଇଛି । ଏହି ଟିଜରରେ ଉଭୟ ନାୟକ ଡାନ୍ସ କରୁଥିବା ନଜର ଆସୁଛନ୍ତି । ସୂଚନା ଅନୁଯାୟୀ ଏହି ଫିଲ୍ମକୁ କରଣ ଜୋହର ଏବଂ ଡ୍ରାଇଭିଂ
ଲାଇସେନ୍ସ ଫିଲ୍ମର ନାୟକ ତଥା ନିର୍ମାତା ପୃଥ୍ୱୀରାଜ ସୁକୁମାରନଙ୍କ ସହ ଗୁଡ୍ ନୁ୍ୟଜ୍ ଫେମ୍ ରାଜ ମେହତା ଜରିଆରେ ନିର୍ଦ୍ଦେଶନା ଦିଆଯିବ । ଫିଲ୍ମଟି ଚଳିତ ବର୍ଷ ହିଁ ମୁକ୍ତିଲାଭ ହେବ ବୋଲି ଜଣାପଡ଼ିଛି ।

ଡ୍ରାଇଭିଂ ଲାଇସେନ୍ସର କାହାଣୀ ଜଣେ ପୋଲିସ ଅଫିସର ଏବଂ ଜଣେ ସୁପରଷ୍ଟାର ଉପରେ ଆଧାରିତ । ପ୍ରଶଂସକଙ୍କମାନେ ଏହି ଟିଜରକୁ ଖୁବ ପସନ୍ଦ କରିଛନ୍ତି ଏବଂ ଏହା ଉପରେ ଲଗାତର ରିକ୍ରିଏଟ୍ କରୁଛନ୍ତି । ତେବେ ଅକ୍ଷୟ କୁମାର ଏବଂ ଇମରାନ ହାସମୀଙ୍କ ଯୋଡ଼ି ପରଦାରେ କେତେ କମାଲ କରିବ, ତାହା ଦେଖିବାକୁ ବାକି ରହିଲା ।