ଚର୍ଚ୍ଚାରେ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ତୃତୀୟ ସନ୍ତାନ

ମୁମ୍ବାଇ: (ସଂକେତ୍ ଟିଭି) ଅଭିନେତ୍ରୀ ସୁଷ୍ମିତା ସେନ୍ ଦୁଇ ଝିଅ ପରେ ଆଉ ଏକ ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ସୋସିଆଲ ମିଡିଆରେ ସୁଷ୍ମିତାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି । ଇଣ୍ଟରନେଟ୍ରେ ଭାଇରାଲ ଭିଡିଓରେ ସୁଷ୍ମିତା ସେନ୍ ଏବଂ ତାଙ୍କ ଦୁଇ ଝିଅ ସହ ଏକ ପୁଅ ବି ନଜର ଆସୁଥିବା ଦେଖିବାକୁ ମିଳିଛି । ଆଲିସା ଏବଂ ରିନିଙ୍କ ସହ କୁନି ପୁଅଟି ନଜର ଆସୁଛି ।

ତେବେ ଏପର୍ଯ୍ୟନ୍ତ ସୁଷ୍ମିତା ତୃତୀୟ ସନ୍ତାନକୁ ନେଇ କିଛି ଅଫିସିଆଲି ଘୋଷଣା କରିନାହାନ୍ତି । ହେଲେ ଏହି ଖବରର ଚର୍ଚ୍ଚା ମିଡିଆର ଚାରିଆଡେ଼ ବ୍ୟାପିବାରେ ଲାଗିଛି ଯେ ଏହି ଛୋଟ ପିଲାଟି ସୁଷ୍ମିତାଙ୍କ ପୁଅ । ବହୁ ବର୍ଷ ପୂର୍ବରୁ ହିଁ ଅବିବାହିତ ସୁଷ୍ମିତା ଦୁଇ ଝିଅଙ୍କ ଜନନୀ ହୋଇସାରିଛନ୍ତି । ଏହି କାରଣରୁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପର ଓ୍ୱିମେନ୍ କୁହାଯାଉଛି । ସୁଷ୍ମିତା ପ୍ରଥମ ଥର ୨୦୦୦ ମସିହାରେ ଝିଅ ରିନିକୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ଏହାପରେ ୨୦୧୦ରେ ଆଉ ଏକ ଝିଅ
ଆଲିସାକୁ ଆଣିଥିଲେ ।