ଫେବୃୟାରୀ ୧୫ ବେଳକୁ ଓଡିଶାରେ କରୋନା ସ୍ଥିତି ଅସମ୍ଭାଳ ଆଶଙ୍କା
ଭୁବନେଶ୍ବର, ୧୪/୦୧: (ସଂକେତ୍ ଟିଭି) କରୋନା ସଂକ୍ରମଣ ଓଡିଶାରେ ଯେଭଳି ମାଡି ଚାଲିଛି ସେହି ହାର ଅବ୍ୟାହତ ରହିଲେ ଫେବୃୟାରୀ ୧୫ ବେଳକୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଗତ ଡିସେମ୍ବର ୩୧ତାରିଖରେ ଓଡିଶାରେ ମାତ୍ର ୨୨ଜଣ କରୋନା ସଂକ୍ରମିତ ଚିହ୍ନିତ ହୋଇଥିଲେ । ସେତେବେଳେ ଦୈନିକ ୬୧,୨୭୭ କରୋନା ପରୀକ୍ଷା ହେଉଥିଲା । ତେବେ ଜାନୁୟାରୀ ୭ର ସରକାରୀ ହିସାବ ଅନୁଯାୟୀ ରାଜରେ ସଂକ୍ରମିତଙ୍କ ସଂଖା ୨୭୦୩ରେ ପହଞ୍ଚି ଥିବାବେଳେ ସେଦିନ ୬୮,୯୭୦ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ଜାନୁଆାରୀ ୧୨ତାରିଖରେ ଦିଆଯାଇଥିବା ତଥ୍ୟ ମୁତାବକ ଚିହ୍ନିତ ସଂକ୍ରମିତଙ୍କ ସଂଖା ୮୭୭୮ ଥିବାବେଳେ ସେଦିନ ୭୪,୬୧୧ ନମୂନା ପରୀକ୍ଷା ହୋଇଥିଲା । ଗୁରୁବାର ଅର୍ଥାତ ଜାନୁଆରୀ ୧୩ତାରିଖରେ ଦିଆଯାଇଥିବା ସରକାରୀ ତଥ୍ୟ ମୁତାବକ ୧୦,୦୫୯ ନୂଆ ସଂକ୍ରମିତ ଚିହ୍ନିତ ହୋଇଛନ୍ତି । ଜାନୁଆରୀ ପହିଲାରୁ ଆଜି ମଧ୍ୟରେ ସଂକ୍ରମଣ ହାର ୩୪୬ଗୁଣ ବୃଦ୍ଧି
ପାଇଛି ।
ଏବେ ବିଶେଷଜ୍ଞମାନେ କହୁଛନ୍ତି ଯେ ଚଳିତମାସ ଶେଷ ବେଳକୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖା ୩୦ହଜାର ହୋଇପାରେ । ଏବେ ଆମେରିକାରେ ଦୈନିକ ୧୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନିତ ହେଉଥିବାବେଳେ ଭାରତରେ ଏହି ସଂଖା ୨ଲକ୍ଷ ଆଡକୁ ମୁହାଁଇଛି । ବିଶେଷକରି ଡେଲଟା ଠାରୁ ଓମିକ୍ରନ ୪ରୁ ୬ଗୁଣ ଅଧିକ ସଂକ୍ରମଣ କ୍ଷମତା ରଖୁଥିବାରୁ ସଂକ୍ରମଣ ହାର ବଢୁଛି । ଏହାଛଡା ଟିକା ନେଇନଥିବା କିମ୍ବା ଗୋଟିଏ ଡୋଜ ଟିକା ନେଇ ଦ୍ୱିତୀୟ ଡୋଜକୁ ଏଡାଇ ଯାଉଥିବା ଏବଂ ଦ୍ୱିତୀୟ ଡୋଜ ଟିକା ନେବାର ୬ମାସ ଅତିକ୍ରାନ୍ତ କରିଯାଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଭୟ ଅଧିକ ରହିଛିା
ଭାରତରେ ଯେଉଁ ହାରରେ କରୋନା ବ୍ୟାପୁଛି ତାହା ଅବ୍ୟାହତ ରହିଲେ ଖୁବଶୀଘ୍ର ଦୈନିକ ସଂକ୍ରମଣ ୧୦ଲକ୍ଷ ଟପିପାରେ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରୁଛନ୍ତି । ରାଜ୍ୟରେ ଅଧିକାଂଶ ଟିକାଦାନ କେନ୍ଦ୍ର କରୋନା ବଣ୍ଟନ କେନ୍ଦ୍ର ଭଳି ପ୍ରତୀୟମାନ ହେଉଛି । ତୃତୀୟ ଲହର ସଂକ୍ରମଣ ବ୍ୟାପୁଥିବାରୁ ଟିକା ନନେଇ ଚୁପଚାପ ବସି ରହିଥିବା ଅନେକ ଲୋକ ଏବେ ଟିକାକରଣ କେନ୍ଦ୍ରକୁ ଧାଉଁଛନ୍ତି । ରାଜଧାନୀରୁ ମାଲକାନଗିରି ପର୍ଯନ୍ତ ସଂଖାଧିକ ଟିକାଦାନ କେନ୍ଦ୍ରରେ ଟିକା
ନେବାକୁ ଆସୁଥିବା ଲୋକେ ଅସମ୍ଭବ ଭିଡ ଜମାଉଛନ୍ତିା କେବଳ ସେତିକି ନୁହେଁ, ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ସଂଗ୍ରହ ପାଇଁ ବି ଅନେକ ଜାଗାରେ ଶହ ଶହ ଲୋକ ଧାଡିରେ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି । ହାଟ ବଜାର ଠାରୁ ମଲ ଓ ସଭାକକ୍ଷ ପର୍ଯ୍ୟନ୍ତ ଚାରିଆଡେ ଅସମ୍ଭବ ଭିଡ ଲାଗି ରହୁଛି ।
ବିଶେଷକରି ରାଜଧାନୀ ଓ ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ରହିବାର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି । ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ ସରକାର ତୁହାକୁ ତୁହା ସତର୍କବାଣୀ ଶୁଣାଇବା ସହିତ କୋଭିଡ ଡାକ୍ତରଖାନାଗୁଡିକୁ ସଚଳ କରୁଛନ୍ତି । ତେବେ ଅଧିକାଂଶ କ୍ଷେତ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ସଂକ୍ରମିତ ହେଉଥିବାରୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଥିବାବେଳେ କରୋନା ମୁକାବିଲା ପାଇଁ ତାହା ଏକ ବଡ ଆହ୍ୱାନ ହୋଇଛି ।