ସରପଞ୍ଚ ପ୍ରାଥୀ ଚୟନ କୁ କେନ୍ଦ୍ର କରି ଗଣ୍ଡଗୋଳ

ବାଲିଆପାଳ, ୧୪/୦୧: (ଉମାକାନ୍ତ ନାୟକ) ସରପଞ୍ଚ ପାର୍ଥ ଟିକେଟ ବଣ୍ଟନ କୁ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାଡପିଟ୍ । ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଏକ ଘରୋଇ ହୋଟେଲରେ ବିଜେଡି ପକ୍ଷରୁ ସରପଞ୍ଚ ପ୍ରାର୍ଥୀଙ୍କ ଟିକେଟ ବଣ୍ଟନ ଚାଲିଥିବାବେଳେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ବଚସା ଓ ପରେ ଏହା ଉଗ୍ର ରୂପ ନେବା ସହିତ ସମର୍ଥକଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା ।