ଏନ୍‌ଡିଟିଭିର ୟୁପି ବ୍ୟୁରୋ ମୁଖ୍ୟ କମାଲ୍‌ ଖାନ୍‌ଙ୍କର ହୃଦଘାତରେ ପରଲୋକ

ଲକ୍ଷ୍ମୌ, ୧୪/୦୧: (ସଂକେତ୍ ଟିଭି) ଏନ୍‌ଡିଟିଭିର ବରିଷ୍ଠ ବ୍ୟୁରୋ ମୁଖ୍ୟ କମାଲ୍‌ ଖାନ୍‌ଙ୍କର ହୃଦଘାତରେ ପରଲୋକ ହୋଇଛି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ ।

କମାଲ୍ ଦୀର୍ଘ ବର୍ଷ ଧରି ଏନ୍‌ଡିଟିଭି ଉତ୍ତର ପ୍ରଦେଶ ବ୍ୟୁରୋର ମୁଖ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ସେ ଦେଶର ଆଗଧାଡିର ସାମ୍ବାଦିକ ଭାବରେ ଜଣାଶୁଣା। ତାଙ୍କର ବିୟୋଗ ଯୋଗୁଁ ଗଣମାଧ୍ୟମ ଦୁନିଆରେ ବଡ଼ କ୍ଷତି ଘଟିଛି।