ୟୁପି ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା, ଗୋରଖପୁରରୁ ଲଢିବେ ଆଦିତ୍ୟନାଥ

ଲକ୍ଷ୍ମୌ ୧୫/୦୧: (ସଂକେତ ଟିଭି) ବିଜେପି ୟୁପି ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସହରରୁ ନିର୍ବାଚନ ଲଢିବେ । ସେହିପରି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁରୁ ନିର୍ବାଚନ ଲଢିବେ ।

ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ମୋଟ ୪୦୩ ଆସନ ମଧ୍ଯରୁ ପାଖାପାଖି ୧୭୦ ଆସନ ରେ ଥିବା ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ୫୮ ଆସନରୁ ୫୭ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୫ ସିଟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ସାତ ପର୍ଯ୍ୟାୟରେ ହେବାକୁ ଥିବା ୟୁପି ନିର୍ବାଚନ ପାଇଁ ଭୋଟ ଗ୍ରହଣ ୧୦ ଫେବୃୟାରୀରୁ ଆରମ୍ଭ ହେବ ।