ଏଣିକି ଟ୍ରେନ୍‌ ଗାର୍ଡଙ୍କୁ କୁହାଯିବ ଟ୍ରେନ ମ୍ୟାନେଜର

ନୂଆଦିଲ୍ଲୀ ୧୫/୦୧: (ସଂକେତ ଟିଭି) ଏଣିକି ଟ୍ରେନ ଗାର୍ଡଙ୍କୁ ‘ଟ୍ରେନ ମ୍ୟାନେଜର’ବୋଲି କୁହାଯିବ । ରେଳବାଇରେ ‘ଗାର୍ଡ’ ପୋଷ୍ଟର ନାମ ପରିବର୍ତ୍ତନ କରାଯାଇଛି। ତେବେ ପେ ସ୍କେଲରେ, ନିଯୁକ୍ତି ପ୍ରକ୍ରିୟାରେ କିମ୍ବା ଡ୍ୟୁଟିରେ କୌଣସି ପରିବର୍ତ୍ତନ ହେବନାହିଁ । ଗୁରୁବାର ଦିନ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି ।

ରେଲୱେ ବୋର୍ଡ ଆସିଷ୍ଟାଣ୍ଟ ଗାର୍ଡକୁ ‘ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଏବଂ ସିନିୟର ପାସେଞ୍ଜର ଗାର୍ଡକୁ ‘ସିନିୟର ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଗୁଡସ୍‌ ଗାର୍ଡଙ୍କୁ ଗୁଡସ୍‌ ଟ୍ରେନ୍‌ ମ୍ୟାନେଜର ସମ୍ବୋଧନ କରାଯିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି ।