କୋଭିଡ ଲାଗି ବୀମା କମ୍ପାନୀ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ ୧୫/୦୧: (ସଂକେତ ଟିଭି) ଦେଶରେ କୋଭିଡ – ୧୯ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ସୁସ୍ଥ ବି ହେଉଛନ୍ତିା ହେଲେ ସେମାନେ ସୁସ୍ଥ ହେବା ପରେ ବି ତାଙ୍କ ଠାରେ ଅନେକ ପ୍ରକାର ଅସୁବିଧା ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନେ ଜୀବନ ବୀମା ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏନେଇ ବୀମା କମ୍ପାନୀମାନେ କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ବୀମା ନେଇପାରିବ ନାହିଁ ବୋଲି ଏକ ନୂଆ ନିୟମ ଆଣିଛି ।

ସଂକ୍ରମଣର ଗମ୍ଭୀରତା ଓ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତାକୁ ନଜରରେ ରଖି ବୀମା କମ୍ପାନୀମାନେ ସଂକ୍ରମଣରେ ଶିକାର ହୋଇ ସୁସ୍ଥ ହୋଇଥିବା ଲୋକଙ୍କର ପଲିସି ପ୍ରୋପଜାଲକୁ ସ୍ଥଗିତ କରି ଦେଉଛି । ଏହାସହ କିଛି ବିଶେଷ ପ୍ରସଙ୍ଗରେ ଏହି ସମୟ ସୀମାକୁ ବି ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଶେଷ କରି ଟର୍ମ ପଲିସି ପାଇଁ ଆବେଦନ କରିଥିବା ଲୋକ ଯଦି ପ୍ରଥମେ ଅନ୍ୟ କିଛି ରୋଗରେ ପୀଡିତ ଥିବେ ଓ ପରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବେ ସେମାନଙ୍କ ମେଡିକାଲ ଟେଷ୍ଟକୁ କଡା କଡି କରିଛନ୍ତି ବୀମା କମ୍ପାନୀମାନ ।

ଜାତୀୟ ଗଣମାଧ୍ୟର ସୂଚନା ମୁତାବକ ପଲିସି ବଜାର ଡଟ୍ କମର ଟର୍ମ ଲାଇଫ ଇନସୁରାନ୍ସର ମୁଖ୍ୟ ସଜ୍ଜା ପରବୀନ କହିଛନ୍ତି କି ଦେଶରେ ଏବେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଗତ କିଛି ସପ୍ତାହ ହେବ ଦେଶରେ ଦୈନିକ ସଂକ୍ରମଣ ହାର ଆଶାତୀତ ଭାବେ ବୃଦ୍ଧି ପାଇଛି । ଏବେ କେହି ଜାଣି ନାହାଁନ୍ତି କି କରୋନାର ନୂଆ ଭୂତାଣୁ ଓମିକ୍ରନ ସଂକ୍ରମିତଙ୍କ ପରବର୍ତ୍ତୀ ପ୍ରଭାବ କଣ ରହିବ । ଏହି କାରଣରୁ କରୋନା ସଂକ୍ରମିତ ଲୋକମାନେ ସୁସ୍ଥ ହେବା ପରେ ଟର୍ମ ପ୍ଲାନ ନେବାକୁ ତାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ । କହିରଖୁ କି, ଟର୍ମ ଇନସୁରାନ୍ସ ପ୍ଲାନରେ ଆପଣ କମ ପ୍ରିମିୟମରେ ସବୁଠାରୁ ଅଧିକ ଲାଇଫ କଭରେଜ ପାଇଥାନ୍ତି ।