୧୦ ବର୍ଷ ବୟସରେ କୋଟିପତି, ପ୍ରତିଷ୍ଠା କରିଛନ୍ତି ଟୟ କମ୍ପାନୀ

ନୂଆଦିଲ୍ଲୀ ୧୬/୦୧: (ସଂକେତ ଟିଭି) ଥରେ ଆରାମରେ ଚିନ୍ତା କରନ୍ତୁ, ୧୦ ବର୍ଷ ବୟସରେ ଆପଣ କଣ କରୁଥିଲେ ? ପାଠ ପଢୁଥିଲେ ଏବଂ ଖେଳୁଥିଲେ । ଏହା ବି ସମସ୍ତେ କରନ୍ତି । ଆଉ ଏବେ କେତେକ ପିଲା ଏହି ବୟସରେ ନିଜ କ୍ୟାରିଅର ବିଷୟରେ ସ୍ଥିର କରୁଛନ୍ତି । ହେଲେ ବିଶ୍ୱରେ ଏପରି ଜଣେ ପିଲା ଅଛି, ଯିଏ ଏହି ବୟସରେ କୋଟି କୋଟି ସମ୍ପତ୍ତିର ମାଲିକ ହୋଇପାରିଛନ୍ତି ।

ପିକ୍ସି କର୍ଟିସ ନାମକ ଏହି ୧୦ ବର୍ଷୀୟା ଝିଅ କମ୍ ବୟସରେ ନିଜର ବ୍ୟବସାୟ ପ୍ରତିଷ୍ଠା କରିଛନ୍ତି ଏବଂ ଆଉ ଏବେ ତାଙ୍କୁ ନିଜ ଭବିଷ୍ୟତ ପାଇଁ ଚିନ୍ତିତ ନୁହନ୍ତି । କାରଣ ସେ ୧୫ ବର୍ଷ ବୟସରେ ଏକ କୋଟିପତି ହୋଇ ଅବସର ନେବାକୁ ଅଗ୍ରସର ହେଉଛନ୍ତି । ଅଷ୍ଟ୍ରେଲିଆରେ ରହୁଥିବା ପିକ୍ସି କର୍ଟିସ ଏବେ ପ୍ରାଇମେରୀ ସ୍କୁଲରେ ପଢୁଛନ୍ତି । ତାଙ୍କର ପିକ୍ସି ଫିଜେଟସ୍ ନାମକ ଏକ ଟଏ କମ୍ପାନୀ ଅଛି, ଏଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହି କାମରେ ମା’ ରକ୍ସି ତାଙ୍କୁ ସହଯୋଗ କରୁଛନ୍ତି ।

ପିକ୍ସିଙ୍କ ପାଖରେ ଅନ୍ୟ ଏକ ବ୍ୟବସାୟ ମଧ୍ୟ ଅଛି, ଯାହାର ନାମ ପିକ୍ସି ବୋ ରହିଛି । ଏହି ଦୁଇ କମ୍ପାନୀ ପିକ୍ସି ପିକ୍ସର ଅଂଶ, ଯାହା ପିଲାଙ୍କ ପାଇଁ ଗେମ୍ ଏବଂ ଖେଳନା ଆସେସୋରିଜ୍ ବିକ୍ରି କରୁଛି । ତେବେ ଗତ ବର୍ଷ ଲଞ୍ଚ୍ କରାଯାଇଥିବା ଏହି କମ୍ପାନୀର ଖେଳନା ୪୮ ଘଣ୍ଟାରେ ବିକ୍ରି ହୋଇଯାଇଥିଲା । ପିକ୍ସିଙ୍କ ମା ରକ୍ସି କହିଛନ୍ତି ଯେ କମ୍ପାନୀର ପ୍ରଥମ ମାସରୁ ହିଁ ସେମାନଙ୍କୁ ଲାଭ ମିଳିଲା । ଏଥିରୁ ସେ ୧ କୋଟିରୁ ଅଧିକ ରୋଜଗାର କରିଥିଲେ ।

ଏହାପରେ ପିକ୍ସିର କମ୍ପାନୀ ପକ୍ଷରୁ ଆଉ ଏକ ହେୟାର ଆସେସୋରିଜ ବ୍ରାଣ୍ଡ୍ ମଧ୍ୟ ପ୍ରସ୍ତୁତ କରାଗଲା, ଯାହାର ନାମ ପିକ୍ସି ବୋ ରଖାଗଲା । ଏତେ କମ୍ ବୟସରେ ଦୁଇ ଦୁଇଟି କମ୍ପାନୀର ମାଲିକାଣୀ ହୋଇ ପିକ୍ସି ଏବେ ଚର୍ଚ୍ଚାରେ । ପିକ୍ସିଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଇନଷ୍ଟାଗ୍ରାମରେ ତାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।