ଓମିକ୍ରନ ନୁହେଁ ଶେଷ ଭାରିଆଣ୍ଟ, ଦେଖା ଦେବ ନୂଆ ନୂଆ ମ୍ୟୁଟାଣ୍ଟ

ନୂଆଦିଲ୍ଲୀ ୧୭/୦୧: (ସଂକେତ ଟିଭି) ଗୋଟିଏ ପରେ ଗୋଟିଏ କରୋନାର ନୂଆ ଭାରିଆଣ୍ଟ ବିଶ୍ବବାସୀଙ୍କ ଚିନ୍ତା ବଢାଇଦେଇଛି । ପ୍ରଥମେ କରୋନା, ପୁଣି ଡେଲ୍ଟା ଆଉ ଏବେ ଓମିକ୍ରନ୍ । ଏହାରି ଭିତରେ କରୋନାକୁ ନେଇ ନୂଆ ନୂଆ ଅଧ୍ୟୟନ ସାମ୍ନାକୁ ଆସୁଛି ।

ବିଶେଷଜ୍ଞମାନେ ଦାବି କରିଛନ୍ତି କି ଓମିକ୍ରନ୍ କରୋନାର ଶେଷ ଭାରିଆଣ୍ଟ ନୁହେଁ । ଆଗକୁ ଆସିବ ଆହୁରି ନୂଆ ନୂଆ ମ୍ୟୁଟେସନ । ପ୍ରତିଟି ସଂକ୍ରମଣ ଭାଇରସକୁ ମ୍ୟୁଟେସନ କରିବାର କ୍ଷମତା ରଖିଥାଏ ଓ ଓମିକ୍ରନ୍ ନିଜକୁ ବଢାଇପାରେ । ଭ୍ୟାକ୍ସିନ ଓ ପ୍ରାକୃତିକ ଭାବେ ହୋଇଥିବା ଇମ୍ୟୁନିଟି ପରେ ବି ଏହା ଲୋକଙ୍କୁ ସଂକ୍ରମିତ କରୁଛି ।

ଏହି ଭାଇରସ ଆଗକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ବିକଶିତ ହୋଇପାରେ । କରୋନାର ନୂଆ ଭାରିଏଣ୍ଟ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାର କ’ଣ ଲକ୍ଷଣ ରହିବ ତାହା ବି ସ୍ପଷ୍ଟ ହୋଇନାହିଁ । ଏହାସହ ଓମିକ୍ରନର ସିକ୍ୟୁଏଲ ଏକ ସାଧାରଣ ରୋଗ ହେବ ଓ ଭ୍ୟାକ୍ସିନ ଏହା ବିରୋଧରେ କାମ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।