କରୋନା ସମୟରେ ବଢିଛି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ ୧୮/୦୧: (ସଂକେତ ଟିଭି) : କରୋନା ସମୟରେ ଧନୀଙ୍କ ସମ୍ପତ୍ତି ଢେର ବୃଦ୍ଧି ପାଇଥିବା ବେଳେ ଗରିବ ଆହୁରି ଗରିବ ହୋଇଛନ୍ତି । ଅନ୍ତଜାର୍ତୀୟ ଅନୁସନ୍ଧାନକାରୀ ସଂସ୍ଥା ଅକ୍ସଫାମ୍ ଦେଶର ୮୪ ପ୍ରତିଶତ ପରିବାର ରୋଜଗାର ହରାଇଥିବା ବେଳେ ସେମାନଙ୍କ ଆୟ କମିଛି । ବେକାରୀ ବୃଦ୍ଧି ପାଇବା ସହ ଧନୀଙ୍କ ତାଲିକା ମଧ୍ୟ ଲମ୍ଭା ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ ସହାୟତା ନିରାପତ୍ତା କ୍ଷେତ୍ରରେ ବ୍ୟୟ ଅଟକଳ ହ୍ରାସ ପାଇଛି । ଦେଶର ଶହେ ଜଣ ଧନୀଙ୍କ ପାଖରେ ରହିଛି ୫୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି । କରୋନା ସମୟରେ ଦେଶରେ ଆର୍ଥିକ ଅସମାନତା ବୃଦ୍ଧି ପାଇଥିବା ଅକ୍ସଫାମ ତା’ ରିପୋର୍ଟରେ ଉଲ୍ଲେଖ କରିଛି ।

ସେହିପରି ୫୦ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୬ପ୍ରତିଶତ ସମ୍ପତ୍ତି ଥିବା ୨୦୨୧ରେ ଭାରତର ଆର୍ଥିକ ସ୍ଥିତି ଓ ଭାରତୀୟଙ୍କ ରୋଜଗାରକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ଧନୀ ତାଲିକାରେ ଚୀନ ଓ ଆମେରିକା ପରେ ଭାରତର ସ୍ଥାନ ତୃତୀୟ ରହିଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଦୁଇ ଗୁଣ ଓ ଗୌତ୍ତମ ଆଦାନୀଙ୍କ ସମ୍ପତ୍ତି ୮ଗୁଣ ବଢିଛି । ଫ୍ରାନ୍ସ, ସ୍ୱଡେନ, ସ୍ୱଇଜରଲ୍ୟାଣ୍ଡର ମୋଟ ଧନୀଙ୍କ ସଂଖ୍ୟାଠାରୁ ଭାରତରେ ଅଧିକ ଧନୀ ଅଛନ୍ତି । କୋଟି କୋଟି ଲୋକ କାମ ହରାଇଛନ୍ତି ।

ତେବେ ଏହି ସମୟରେ ଧନୀଙ୍କ ସମ୍ପତ୍ତି ଯେତିକି ବଢିଛି ତାହା ୪୦ ପ୍ରତିଶତ ଗରିବଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ ହେବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମୋଟ ଉପରେ ମହାମାରୀ ସମୟରେ ଧନୀକ ଶ୍ରେଣୀ ମାଲାମାଲ ହୋଇଥିବା ବେଳେ ଧନୀ ଗରିବଙ୍କ ମଧ୍ୟରେ ବ୍ୟବଧାନ ବଢିଛି । ମହାମାରୀ ଗରିବଙ୍କ ଉପରେ ଦାଉ ସାଧିଥିବା ଏହି ରିପୋର୍ଟ ଦର୍ଶାଇଛି ।