ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ
ନୂଆଦିଲ୍ଲୀ ୧୮/୦୧: (ସଂକେତ ଟିଭି) : କରୋନା ଟିକା ନେବା ପାଇଁ କୌଣସି ବ୍ୟକ୍ତି ବିଶେଷଙ୍କୁ ବାଧ୍ୟ କରା ଯାଇ ପାରିବ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରା ଯାଇଥିବା କରୋନା ଗାଇଡ ଲାଇନରେ ଏହା ଉଲ୍ଲେଖ ରହିଛି ବୋଲି କେନ୍ଦ୍ର ସରକାର ଅବଗତ କରାଇଛନ୍ତି ।
ସୂଚନା ଯୋଗ୍ୟ ଯେ ଶାରିରୀକ ବ୍ୟକ୍ତିଙ୍କୁ କୋଭିଡ ଟିକା କରଣ ସାର୍ଟିଫିକେଟ ଦାଖଲ କରିବାରୁ ଛାଡ କରିବା ପାଇଁ ଏନଜିଓ ସଂସ୍ଥା ଏଭାରା ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ କରା ଯାଇଥିବା ଆବେଦନର ଜବାବ ଦେଇ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଏହି କଥା ଉଲ୍ଲେଖ କରା ଯାଇଛି । ସେହିପରି କୌଣସି କାର୍ଯ୍ୟ ପାଇଁ କାହାକୁ ଟିକା କରଣ ପ୍ରମାଣପତ୍ର ଦାଖଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସପିଓ ଜାରି କରି ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।
ମାତ୍ର ସମସ୍ତେ ଟିକା ନେବାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜନ ସାଧାରଣଙ୍କୁ ପରାମର୍ଶ ଦିଆ ଯାଇଛି । ମାତ୍ର କାହାର ଇଛା । ବିରୋଧରେ ଟିକା ନେବାକୁ ବାଧ୍ୟ କରା ଯାଇ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।