୫ବର୍ଷରୁ କମ୍ ବୟସର ଶିଶୁଙ୍କୁ ମାସ୍କ ମନା

ଭୁବନେଶ୍ବର, ୨୦/୦୧: (ସଂକେତ୍ ଟିଭି) ୫ବର୍ଷର କମ୍ ବୟସର ଶିଶୁଙ୍କୁ ସେମାନଙ୍କ ପିତାମାତାମାନେ ମାସ୍କ ନ ପିନ୍ଧାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ତେବେ ୧୨ରୁ ୧୮ ବର୍ଷ ବୟସର ପିଲାମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି କଟକ ଶିଶୁଭବନର ଶିଶୁରୋଗ ବିଶେଷଜ୍ଞ ଡା. ସୁନିଲ ଅଗ୍ରୱାଲ କହିଛନ୍ତି ।

ବୁଧବାର ରାଜ୍ୟ ସରକାରଙ୍କ କୋଭିଡ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଡା. ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନେ ସଂକ୍ରମିତ ହେଲେ ହସ୍ପିଟାଲରେ ରହିବାକୁ ଚାହାଁନ୍ତି ନାହିଁ । ସେମାନେ ଘରେ ଘରେ ସଂଘରୋଧରେ ରହିପାରିବେ । ତେବେ ଏହି ଅବସ୍ଥାରେ ସେମାନଙ୍କୁ ଜ୍ୱର ହେଲେ ସାଧାରଣ ପାରାସିଟମଲ ଟାବଲେଟ ଦେଇ ହେବ ।

ଯୁବକଙ୍କ ପରି ପିଲାମାନଙ୍କ ପାଇଁ ମଧ୍ୟ ୭ଦିନ ସଂଘରୋଧ ସମୟ ଅବଧି ରହିଥିବା ବେଳେ ୬ବର୍ଷରୁ କମ୍ ବୟସର ପିଲା ନିଜ ମା’ଙ୍କ ସହିତ ସଂଘରୋଧରେ ରହିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ସଂଘରୋଧରେ ରହିବା ବେଳେ ସାଧାରଣ ଖାଦ୍ୟ ଖାଇବା ସହ ପ୍ରଚୁର ପାଣି ଓ ଜୁସ୍ ପିଇବାକୁ ଡାକ୍ତର ଉପଦେଶ ଦେଇଛନ୍ତି । କୋଭିଡକୁ ମାତ୍ ଦେବାକୁ ସାରାଦେଶରେ ଏବେ ଟିକାକରଣ ଚାଲିଛି । ୧୫ବର୍ଷରୁ ଅଧିକ ବୟସର ପିଲାମନଙ୍କଠୁ ଆରମ୍ଭ କରି ପ୍ରତିଟି ନାଗରିକ ଟିକା ନେଉଛନ୍ତି ।