ଭାରତରେ ନୂଆ ବିଏମଡବ୍ଲୁ୍ ଏକ୍ସ୩ର ଶୁଭାରମ୍ଭ

ନୂଆଦିଲ୍ଲୀ, ୨୨/୦୧: (ସଂକେତ୍ ଟିଭି)ଭାରତରେ ନୂଆ ବିଏମଡବ୍ଲୁ୍ ଏକ୍ସ୩ର ଶୁଭାରମ୍ଭ କରାଯାଇଛି । ଏହି ସଫଳ ସ୍ପୋର୍ଟସ ଆକ୍ଟିଭିଟି ଭେଇକିଲ୍(ଏସ୍ଏଭି), ବିଏମଡବ୍ଲୁ୍ ଏକ୍ସ୩ ଏହାର ବିସ୍ତୃତ ସତେଜ ଲୁକ, ନୂତନ ଯନ୍ତ୍ରପାତି ବୈଶିଷ୍ଟ୍ୟ ଏବଂ ଅପଡେଟ ହୋଇଥିବା ଇନଫୋଟେନମେଣ୍ଟ ସହିତ ଏହାର ପ୍ରିମିୟମ ଇଂଟେରିୟର ସହିତ ବର୍ତ୍ତମାନ ସ୍ପୋର୍ଟିୟର ଏବଂ ଅଧିକ ଆଧୁନିକ ହୋଇଛି ।

ସ୍ଥାନୀୟ ଭାବେ ନିର୍ମିତ ଦୁଇଟି ପେଟ୍ରୋଲ ଭାରିଆଣ୍ଟରେ ଉପଲବ୍ଧ ନୂଆ ବିଏମଡବ୍ଲୁ୍ ଏକ୍ସ୩ ବିଏମଡବ୍ଲୁ୍ ଡିଲରସିପଗୁଡ଼ିକରେ ଉପଲବ୍ଧ ହୋଇଯାଇଛି । ଏହାର ଡିଜେଲ ଭାରିଆଣ୍ଟ ପରେ ଶୁଭାରମ୍ଭ ହେବ । ନୂଆ ବିଏମଡବ୍ଲୁ୍ ଏକ୍ସ୩ ଦୁଇଟି ଭାରିଆଂଟ ଯଥା ବିଏମଡବ୍ଲୁ ଏକ୍ସ ୩, ଏକ୍ସଡ୍ରାଇଭ୩୦, ଆଇସ୍ପୋର୍ଟଏକ୍ସ ଏଲସ ଓ ବିଏମଡବ୍ଲୁ୍ ଏକ୍ସ୩ ଏକ୍ସଡ୍ରାଇଭ ୩୦ଆଇ ଏମସ୍ପୋର୍ଟସ ଯଥା କ୍ରମେ ୫୯,୯୦,୦୦୦ଟଙ୍କା ଏବଂ ୬୫,୯୦,୦୦୦ଟଙ୍କାର ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟରେ (ଏକ୍ସଶୋରୁମ)
ଉପଲବ୍ଧ ।

ଏହା ସମ୍ପର୍କରେ ବିଏମଡବ୍ଲୁ୍ ଗ୍ରୁଇଣ୍ଡିଆ ଅଧ୍ୟକ୍ଷ ବିକ୍ରମ ପୱା କହିଛନ୍ତି ଯେ, “ନୂତନ ଭାବେ ବିକଶିତ ତୃତୀୟ ଜେନେରେସନର ବିଏମଡବ୍ଲୁ୍ ଏକ୍ସ୩, ପ୍ରିମିୟମ ମିଡ-ସାଇଜ ଏସଏଭି ସେଗମେଣ୍ଟରେ ଏହି ମଡେଲର କ୍ରାନ୍ତିକାରୀ ସଫଳତାକୁ ବଜାୟ ରଖିବାକୁ ଆସିଯାଇଛି । ସତେଜ ଡିଜାଇନ ଏବଂ ଡ୍ରାଇଭିଙ୍ଗ ପରଫର୍ମାନ୍ସ ବିଏମ୍ଡବ୍ଲୁ୍ୟ ଏକ୍ସ୩କୁ ଏକ ବିଳାସପୂର୍ଣ୍ଣ ଏବଂ ବ୍ୟବହାରିକ କାର କରିଥାଏ ଯାହାକି ରାସ୍ତାରେ ଏବଂ ବାହାରେ ଏକ ଚମତ୍କାର ଅଟେ । ଆପଣ ଏକ ଅପୂର୍ବ ରୋମାଞ୍ଚ ଏବଂ ଶକ୍ତିଶାଳୀ ଚାଳନା, ସ୍ପୋର୍ଟି ଡାଇନାମିକ୍ସ ଏବଂ ଆରାମର ଏକ ଭିନ୍ନ ମିଶ୍ରଣର ଆନନ୍ଦର ଅନୁଭୂତି ପାଇବେ ।